ଜୁଲାଇ ୩ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ ୯ରେ ହେବ ଶେଷ

ଆସନ୍ତା ଜୁଲାଇ ୩ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ ୯ରେ ଶେଷ ହେବ । ଗତବର୍ଷ ଅମରନାଥ ଯାତ୍ରା ୫୨ ଦିନ ଚାଲିଥିଲା କିନ୍ତୁ ଚଳିତ ବର୍ଷ ୩୮ ଦିନ ଧରି ଚାଲିବ । ଯାତ୍ରୀମାନେ କିପରି ସୁରକ୍ଷିତ ଭାବରେ ଯାତ୍ରା କରିବେ ସେନେଇ ମଧ୍ୟ ବିଭିନ୍ନ କାର୍ଯ୍ୟ କରାଯାଉଛି । ପହଲଗାମ ଆକ୍ରମଣକୁ ଦୃଷ୍ଟିରେ ରଖାଯାଇ ସୁରକ୍ଷା ବ୍ୟବସ୍ଥାକୁ ବଢାଯିବା ସହିତ କଡାକଡି କରାଯାଇଛି । ଯାତ୍ରା ଆରମ୍ଭ ହେବା ପୂର୍ବରୁ ସମସ୍ତ ପୂର୍ବ ପ୍ରସ୍ତୁତି ସହିତ ଶ୍ରଦ୍ଧାଳୁଙ୍କର କିପରି ଅସୁବିଧା ନ ହେବ ସେଥିପାଇଁ ମଧ୍ୟ ସଜାଗ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ୫୮୧ କମ୍ପାନୀ CAPFs ସୁରକ୍ଷା ଦାୟିତ୍ବରେ ମୁତୟନ କରାଯିବ ।

୩୮ ଦିନ ଧରି ଚାଲିବାକୁ ଥିବା ଅମରନାଥ ଯାତ୍ରା କିପରି ସୁରୁଖୁରୁରେ ହେବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅମରନାଥ ଯାତ୍ରାକୁ ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ କରିବା ପାଇଁ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭିଡ ନିୟନ୍ତ୍ରଣ, ସ୍ୱଚ୍ଛତା ଓ ପରିମଳ ରକ୍ଷା ଏବଂ ଯାତ୍ରୀଙ୍କୁ ଉପଯୁକ୍ତ ସ୍ଥାନରେ ରହଣିର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇ ଆଲୋଚନା କରାଯାଇଥିଲା । ଜମ୍ମୁ କଶ୍ମୀର ରେଳ ଷ୍ଟେସନ ଓ ଭଗବତୀ ନଗର ନିବାସରେ ଯାତ୍ରୀଙ୍କ ଆବଶ୍ୟକ ସମସ୍ତ ସୁବିଧାର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ଏହି ଯାତ୍ରା ପାଇଁ ନିୟୋଜିତ ଥିବା ସମସ୍ତ ବିଭାଗଙ୍କ ମଧ୍ୟରେ ଯୋଗାଯୋଗ କରିବେ । ଯାତ୍ରା ସମୟରେ କୌଣସି କିଛି ବି ଅସୁବିଧା ହେଲେ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

Related Articles

Back to top button