ସିରିୟା ରାଷ୍ଟ୍ରପତି ବଶର-ଅଲ-ଅସଦ ନିଖୋଜ ।
ସିରିୟା ରାଷ୍ଟ୍ରପତି ବଶର-ଅଲ-ଅସଦ ନିଖୋଜ ହୋଇଯାଇଛନ୍ତି। ରବିବାର ବିଦ୍ରୋହୀ ହାୟାତ ତାହରିର ଅଲ ସାମ୍ ସଂଗଠନ ରାଜଧାନୀ ଦାମାସ୍କସକୁ କବଜା କରିବା ପରେ ଅସଦ ଦେଶ ଛାଡ଼ି ଚାଲିଯାଇଥିଲେ। ଏକ ବିମାନ ଯୋଗେ ସେ ତାଙ୍କ ସ୍ତ୍ରୀ ଆସମା ଏବଂ ୨ ପିଲାଙ୍କ ସହିତ ଦେଶ ଛାଡ଼ି ପଳାୟନ କରିଥିଲେ। ହେଲେ ତାଙ୍କ ବିମାନ ଉଡ଼ାଣ କରିବାର କିଛି ସମୟ ପରେ ନିଖୋଜ ହୋଇଯାଇଛି। ରାଡାର ସହିତ ବିମାନର ସମ୍ପର୍କ ଚ୍ଛିନ୍ନ ହୋଇଯାଇଛି। ଫଳରେ ଅସଦ କେଉଁଠି ଅଛନ୍ତି ତାହାକୁ ନେଇ ରହସ୍ୟ ଲାଗିରହିଛି। ବିଦ୍ରୋହୀମାନେ ଅସଦଙ୍କ ବିମାନକୁ ଆକ୍ରମଣ କରି ଖସାଇ ଦେଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।ଅସଦ ଦେଶ ଛାଡ଼ି ପଳାୟନ କରିବା ପରେ ସିରିୟାରେ ତାଙ୍କର ୨୪ ବର୍ଷ ଶାସନର ଅନ୍ତ ଘଟିଛି। ଆତଙ୍କବାଦୀ ସଂଗଠନ ଅଲକାଏଦା ସହିତ ହାୟାତ ତାହରିର ଅଲ ସାମ୍ ସଂଗଠନ ସମ୍ପୃକ୍ତ ଥିବାରୁ ଦେଶର ରାଜନୈତିକ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଅନ୍ୟପଟେ ବିଦ୍ରୋହୀ ସଂଗଠନ କ୍ଷମତା ହାତକୁ ନେଲେ ଆଫଗାନିସ୍ତାନ ଭଳି ସିରିୟାରେ ବି ଆତଙ୍କବାଦୀଙ୍କ ସରକାର ଚାଲିବା ନେଇ ଆଶଙ୍କା ଉପୁଜିଛି। ସପ୍ତାହେ ପୂର୍ବେ ହାୟାତ ତାହରିର ଅଲ ସାମ୍ ସଂଗଠନ ସିରିୟାରେ ବିଦ୍ରୋହ ଆରମ୍ଭ କରିଥିଲା। ସରକାର ବିରୋଧରେ ଗୃହ ଯୁଦ୍ଧ ଯୋଗୁ ଦେଶରେ ଅଶାନ୍ତି ଲାଗି ରହିଥିଲା। ଏହି ସଂଗଠନ ପ୍ରଥମେ ଆଲେପ୍ପୋ ସହରରେ ବିଦ୍ରୋହ ଆରମ୍ଭ କରିବା ସହିତ ସେଠାରେ ମୁତୟନ ୩୦୦ ସରକାରୀ ସୈନ୍ୟଙ୍କୁ ହତ୍ୟା କରି ଗୃହଯୁଦ୍ଧକୁ ତୀବ୍ରତର କରିଥିଲା। ଆମେରିକା ସେନାର ସମର୍ଥନ ସତ୍ବେ ସିରିୟା ସରକାରୀ ସେନା ବିଦ୍ରୋହୀ ସଂଗଠନକୁ ଦମନ କରିବାରେ ବିଫଳ ହୋଇଥିଲା।