ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ଇଚ୍ଛୁକ ତାଇୱାନ

ବିଦ୍ୟୁତ୍ ପ୍ରବାହ ବଢ଼ାଇବା ଓ ନିୟନ୍ତ୍ରଣ କରୁଥିବା ସେମିକଣ୍ଡକ୍ଟରର ବ୍ୟବହାର ଲ୍ୟାପ୍‌ଟପ୍‌ ଓ ମୋବାଇଲ୍ ଭଳି ପ୍ରାୟ ସମସ୍ତ ବୈଦ୍ୟୁତିକ ସାମଗ୍ରୀର ଦେଖିବାକୁ ମିଳେ। ଚୀନ ଏହି ସାମଗ୍ରୀର ବଡ଼ ରପ୍ତାନକାରୀ ରାଷ୍ଟ୍ର। କିନ୍ତୁ ତାଇୱାନ୍‌ ଏ କ୍ଷେତ୍ରରେ ଚୀନ ଠାରୁ ବି ଆଗରେ ରହିଛି।

ଆଉ ବର୍ତ୍ତମାନ ସମୟରେ ଚୀନ ତାଇୱାନ୍‌କୁ ଅଧିଗ୍ରହଣ ଧମକ ଦେଉଥିବାରୁ ତାଇୱାନ୍‌ ସେମିକଣ୍ଡରକ୍ଟର ଉତ୍ପାଦନ ପାଇଁ ଆଉ ଏକ ସୁରକ୍ଷିତ ସ୍ଥାନ ଖୋଜୁଛି। କେବଳ ଉତ୍ପାଦନ ନୁହେଁ, ଏହାର ନିର୍ବିରୋଧ ରପ୍ତାନୀ ମଧ୍ୟ ଚାହୁଁଛି। ଏଥିପାଇଁ ସେ ଭାରତ ଆଡ଼କୁ ମୁହାଁଇଛି। ଏନେଇ ଭାରତୀୟ ଅଧିକାରୀଙ୍କ ସହିତ ଆଲୋଚନ ଜାରି ରହିଛି। ଯଦି ଏପରି ହୁଏ ତେବେ ସେମିକଣ୍ଡକ୍ଟର ପାଇଁ ଭାରତକୁ ଆଉ ଚୀନ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏପଟେ ତାଇୱାନ୍ ବି ଚୀନ ପ୍ରଭାବ କମାଇବାକୁ ଭାରତକୁ ବ୍ୟବହାର କରିବାକୁ ଚାହୁଁଛି।

ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏ ବିଷୟରେ ସୂଚନା ଦେଇଛନ୍ତି ତାଇୱାନର ସବୁଠାରୁ ବଡ଼ ସେମିକଣ୍ଡକ୍ଟର ନିର୍ମାତା କମ୍ପାନୀ ମକ୍ରୋନିକ୍ସ ଇଣ୍ଟରନ୍ୟାସ୍‌ନାଲର ଡେପୁଟି ପ୍ରୋଜେକ୍ଟ ଡାଇରେକ୍ଟର ଗାବ୍ରିଏଲ ଚୋଉ। ତାଇୱାନ ରାଜଧାନୀ ତାଇପେଇରୁ ୮୦ କିମି ଦୂରରେ ଥିବା ହିଞ୍ଚୁ ସାଇନ୍ସ ପାର୍କରେ ନିକଟରେ ଥିବା ଏହି କମ୍ପାନୀରେ ପାଖାପାଖି ଏକ ଲକ୍ଷ ଲୋକ କାମ କରୁଛନ୍ତି।

ବିଶ୍ୱର ବୈଦୁତିକ ସାମଗ୍ରୀରେ ୯୦ ପ୍ରତିଶତ ତାଇୱାନ ସେମିକଣ୍ଡକ୍ଟର ଲାଗିଥାଏ। ଏହି ସେମିକଣ୍ଡକ୍ଟରକୁ ନିର୍ମାଣ କରିବାକୁ ତାଇୱାନ ଜାପାନରୁ କଞ୍ଚା ମାଲ୍ ମଗାଇଥାଏ। ବର୍ତ୍ତମାନ ସ୍ଥିତିରେ ଚୀନର ଅଧିଗ୍ରହଣ ଭୟ ଘାରୁଛି। ଯଦି ଚୀନ ଦଖଲ କରିନିଏ ତେବେ ସେ ତୁରନ୍ତ ରପ୍ତାନୀକୁ ରୋକିଦେବ। ଫଳରେ ଅନେକ ଦେଶ ହଇରାଣ ହରକତ ହେବେ। ଏହି ଚିନ୍ତା ତାଇୱାନର ବଡ଼ ସେମିକଣ୍ଡକ୍ଟକର ନିର୍ମାତା କମ୍ପାନୀ TSMCକୁ ଘାରିଛି। ଏହି କମ୍ପାନୀ ସିଲିକନ ଚିପ୍ ତିଆରି କରୁଥିବା ଏକ ମୁଖ୍ୟ ନିର୍ମାତା। ପ୍ରାୟ ୬୦ ପ୍ରତିଶତ ସ୍ମାର୍ଟଫୋନ୍‌ରେ TSMCର ଚିଫ ଲାଗିଥିବ। ତେବେ ଯଦି ଚୀନ ଅଧିଗ୍ରହଣ କରେ ଓ ଟିଏସ୍‌ଏମ୍‌ସି ଚିଫ୍ ଉତ୍ପାଦନ ବାଧାପ୍ରାପ୍ତ ହୁଏ ତେବେ ସାରା ବିଶ୍ୱର ୬୦ -୭୦ ପ୍ରତିଶତ ସ୍ମାର୍ଟ ଫୋନ୍ ଓ କମ୍ପ୍ୟୁଟରରେ ଚିଫ୍‌ ବିଦ୍ୟୁତ୍ ପ୍ରବାହ ବାଧାପ୍ରାପ୍ତ ହେବ।

Related Articles

Back to top button