ଆଫଗାନ ଝିଅଙ୍କ ଉଚ୍ଚଶିକ୍ଷାରେ ଲାଗିଲା ପ୍ରତିବନ୍ଧକ

କାବୁଲ:  ଆଫଗାନ ଝିଅଙ୍କ ମନା ହେଲା ବିଶ୍ୱବିଦ୍ୟାଳୟ । ଉଚ୍ଚଶିକ୍ଷାରେ ଲାଗିଲା ପ୍ରତିବନ୍ଧକ । ଗତ ମଙ୍ଗଳବାର ଦିନ ତାଲିବାନ ଅଧିକାରୀମାନେ ଅନିର୍ଦ୍ଦିଷ୍ଟକାଳ ଯାଏ ଏମିତି ପ୍ରତିବନ୍ଧକ ଲଗାଇଛନ୍ତି  । ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରାଳୟ ସମସ୍ତ ସରକାରୀ ଓ ବିଶ୍ୱବିଦ୍ୟାଳୟକୁ ଚିଠି କରିଛନ୍ତି । ଆଗାମୀ ସୂଚନା ମିଳିବା ଯାଏଁ ସମସ୍ତେ ମହିଳାଙ୍କ ଉଚ୍ଚ ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ନେଦା ମହମ୍ମଦ ନଦୀମ ।

ପୂର୍ବବର୍ଷ ଅଗଷ୍ଟରେ ତାଲିବାନିମାନେ ଦେଶକୁ କବଜା କରିବା ପରେ ବିଶ୍ୱବିଦ୍ୟାଳୟରେ ଲିଙ୍ଗ ଆଧାରରେ ଶ୍ରେଣୀଗୃହ ଓ ପ୍ରବେଶ ସହ ନୂଆ ନିୟମ ପାଳନ କରିବାକୁ ବାଧ୍ୟ କରାଯାଇଥିଲା । ଏଥିସହ ମହିଳାଙ୍କୁ କେବଳ ମହିଳା ପ୍ରଫେସର ଓ ବୃଦ୍ଧ ପ୍ରଫେସରଙ୍କୁ ହିଁ ପଢାଇବାକୁ ଅନୁମତି ଥିଲା । ତେବେ ସାରା ଦେଶର ଅଧିକାଂଶ ଜାଗାରେ ଝିଅଙ୍କ ମାଧ୍ୟମିକ ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଯିବା ପରେ  ଏବେ  ବିଶ୍ୱବିଦ୍ୟାଳୟରେ ପ୍ରତିବନ୍ଧକ ଲଗାଯାଇଛି ।

ମହିଳା ଓ ଛାତ୍ରୀମାନେ ତାଲିବାନ ଜାରି କରିଥିବା ଡ୍ରେସ କୋଡ୍‌ ନିର୍ଦ୍ଦେଶନାମାକୁ ପାଳନ କରୁ ନଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ମନ୍ତ୍ରୀ ନେଡା ମହମ୍ମଦ ନଦୀମ ମଧ୍ୟ ତାଲିବାନ ସରକାରର ଏପରି ନିଷ୍ପତ୍ତିକୁ ଠିକ ବୋଲି କହିଛନ୍ତି।

ସେ କହିଛନ୍ତି,  ଶିକ୍ଷାନୁଷ୍ଠାନରେ ମହିଳାମାନେ ପୋଷାକ ପରିଧାନ ଉପରେ  ଗୁରୁତ୍ୱ ଦେଉନାହାନ୍ତି। ଯାତ୍ରା କରିବା ବେଳେ  ନିଜ ଘରର କୌଣସି ପୁରୁଷ ଲୋକଙ୍କୁ  ଆଣୁ ନାହାନ୍ତ।ସେ କହିଛନ୍ତି, ଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ଆସୁଥିବା ବେଳେ ବିବାହ କାର୍ଯ୍ୟକ୍ରମକୁ ଯିବା ଭଳି ପୋଷାକ ପିନ୍ଧୁଛନ୍ତି।

ବିଜ୍ଞାନ ପାଠ୍ୟକ୍ରମକୁ ନେଇ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଛନ୍ତି । ତାଲିବାନ ସରକାରଙ୍କ କହିବା ଅନୁଯାୟୀ, ବିଜ୍ଞାନ ଛାତ୍ରୀଙ୍କ  ପାଇଁ ଉପଯୁକ୍ତ ବିଷୟ ନୁହେଁ। ଇଞ୍ଜିନିୟରିଂ, କୃଷି ପରି ବିଷୟବସ୍ତୁମାନ ଛାତ୍ରୀଙ୍କ ସୁହାଉ ନାହିଁ କାରଣ ଏହା ଆଫଗାନ ସଂସ୍କୃତି ବିରୋଧୀ। ତେଣୁ ଛାତ୍ରୀଙ୍କ ବିଶ୍ୱବିଦ୍ୟାଳୟ ପ୍ରବେଶ ଉପରେ ରୋକ ଲଗାଯାଇଛି।

ଏହାକୁ ନେଇ ସାରା ଦେଶରେ ଅସନ୍ତୋଷ ଲାଗି ରହିଛି । ତାଲିବାନର ଏପରି ବ୍ୟାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ମୁସଲିମ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏହାକୁ ମାନବଜାତି ବିରୋଧରେ ଅପରାଧ ବୋଲି କହିଛନ୍ତି।

ଟ୍ୱିଟ କରିଥିବା ମନ୍ତ୍ରାଳୟ ପ୍ରବକ୍ତା ଜିୟାଉଲ୍ଲାହ ହାସିମୀ  କହିଛନ୍ତି,  ଦେଶ ସାରା ଅନେକ ଝିଅ ଓ ମହିଳା   ବିଶ୍ୱବିଦ୍ୟାଳୟ ପ୍ରବେଶ ପରୀକ୍ଷାରେ ବସିବାର ୩ ମାସରୁ କମ ସମୟ ମଧ୍ୟରେ ଉଚ୍ଚ ଶିକ୍ଷା ଏପରି ପ୍ରତିବନ୍ଧକ ଲଗାଇଛନ୍ତି ।

Related Articles

Back to top button