କୋରାପୁଟରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୮

ଦଶମନ୍ତପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର, ନାରାୟଣପାଟଣା ଓ ଦଶମନ୍ତପୁର ବ୍ଲକରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଭୋର ୫.୦୫ ମିନିଟରେ ଭୂମିକମ୍ପ ହୋଇଥିବା ବେଳେ ଲୋକେ ଭୟଭୀତ ହୋଇଯାଇଥିଲେ। ଏହି ଭୂମିକମ୍ପରେ ଶୋଇଥିବା ଖଟ ହଲିଯାଇଥିଲା । ଭୟଭୀତ ହୋଇ ଲୋକେ ଉଠିପଡ଼ି ବାହାରକୁ ଚାଲିଆସିଥିଲେ।
ସୋସିଆଲ୍ ମିଡିଆରେ ଖୁବ ପ୍ରଚାର ପ୍ରସାର ହୋଇଥିବା ବେଳେ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଭୂମିକମ୍ପରେ ସେମିତି କିଛି କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ଭୟ କିନ୍ତୁ ଛାଡ଼ିନି ବୋଲି ଲୋକେ ପ୍ରକାଶ କରିଛନ୍ତି। ତେବେ ଜଗଦଳପୁରଠାରୁ ୧୨୯ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବାବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Related Articles

Back to top button