ପାକିସ୍ତାନରେ ବରିଷ୍ଠ ମନ୍ତ୍ରୀଙ୍କ ସହ ଦୁଇ ପର୍ଯ୍ୟଟକଙ୍କୁ ଅପହରଣ ପରେ ପଣବନ୍ଦୀ କରିଛନ୍ତି ଆତଙ୍କବାଦୀ

ଇସଲାମାବାଦ: ଜେଲରେ ବନ୍ଦୀ ସାଥୀମାନଙ୍କ ମୁକ୍ତି ଦାବିରେ ଆତଙ୍କବାଦୀମାନେ ଶନିବାର ପାକିସ୍ତାନ ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀଙ୍କ ସମେତ କେତେକ ପର୍ଯ୍ୟଟକଙ୍କୁ ବନ୍ଧକ କରିଥିବା ଜଣାପଡିଛି। ପାକିସ୍ତାନର ଖୈବରପୁକ୍ତନଖ୍ୱା (କେପି)ର ଗିଲଗିଟ୍ ବାଲତିସ୍ତାନକୁ ସଂଯୋଗ କରୁଥିବା ମୁଖ୍ୟ ମାର୍ଗ ଘେରାଉ କରି ଆତଙ୍କବାଦୀମାନେ ମନ୍ତ୍ରୀ ଓ ପର୍ଯ୍ୟଟଙ୍କକୁ ଅପହରଣ କରିଛନ୍ତି। ଆତଙ୍କବାଦୀମାନେ ଅପହରଣ ପରେ ଏକ ଭିଡିଓ କ୍ଲିପ୍‌ ଜାରି କରିଛନ୍ତି।

ମିଳିଥିବା ଖବର ଅନୁସାରେ, ବେଗ ଶୁକ୍ରବାର ଇସଲାମାବାଦରୁ ଗିଲଗିଟ ଆସୁଥିବା ବେଳେ ଅଧା ରାସ୍ତାରୁ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରିଥିଲେ। ପାକିସ୍ତାନର ଖାୟବର ପାଖତୁନଖ୍ୱା ସହ ଗିଲଗିଟ-ବାଲ୍ଟିସ୍ତାନ ଯୋଡ଼ୁଥିବା ପ୍ରମୁଖ ରାସ୍ତାରେ ବ୍ୟାରିକେଡ ଲଗାଇ ପ୍ରଥମେ ମନ୍ତ୍ରୀଙ୍କ ଗାଡ଼ି ଅଟକାଇଥିଲେ। ଏହାପରେ ସେମାନେ ମନ୍ତ୍ରୀଙ୍କ ସମେତ ୨ ଜଣ ପର୍ଯ୍ୟଟକଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନେଇଥିଲେ।

ଗିଲଗିଟ୍‌-ବାଲ୍ଟିସ୍ତାନର ମୋଷ୍ଟୱାଣ୍ଟେଡ୍‌ ଆତଙ୍କବାଦୀ କମାଣ୍ଡର ହବିବୁର ରହମନ ଓ ତା’ର ସହଯୋଗୀମାନେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ବେଳେ ଦିଆମେର ସ୍ଥିତ ଥାକ ଗାଁ ନିକଟରେ ବ୍ୟାରିକେଡ ଲଗାଇ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ପର୍ଯ୍ୟଟକ ଅଟକ ରହିଥିଲେ। ହବିବୁର କିଛି ବର୍ଷ ତଳେ ନାଙ୍ଗା ପର୍ବତରେ ୧୦ ଜଣ ବିଦେଶୀ ନାଗରିକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ଘଟଣାରେ ସାମିଲ ଥିଲା। ଏବେ ସେ ମନ୍ତ୍ରୀ ଓ ପର୍ଯ୍ୟଟକଙ୍କୁ ଅପହରଣ କରିବା ପାଇଁ ରାସ୍ତା ଅବରୋଧ କରିଥିଲା।

Related Articles

Back to top button