ବିଶ୍ୱବ୍ୟାପୀ ୮୨ଟି ଦେଶ ଚୀନର ବଶବର୍ତ୍ତୀ: ତାଲିକାର ପ୍ରଥମେ ରହିଛି ପାକିସ୍ତାନ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଚୀନର ପ୍ରଭାବ ବଢ଼ିବାରେ ଲାଗିଛି । ୮୨ଟି ଦେଶ ଚୀନର ବଶବର୍ତ୍ତୀ ହୋଇଛନ୍ତି । ଆଉ ଏହି ତାଲିକାରେ ପ୍ରଥମେ ରହିଛି ପାକିସ୍ତାନ । ଦ୍ୱିତୀୟରେ କମ୍ବୋଡିଆ ଥିବାବେଳେ ତୃତୀୟରେ ରହିଛି ସିଙ୍ଗାପୁର । ଏସବୁ ଦେଶ ଉପରେ ଚୀନର ସର୍ବାଧିକ ପ୍ରଭାବ ଥିବା ଅଧ୍ୟୟନରୁ ଜଣାପଡ଼ିଥିବା ବିବିସି ରିପୋର୍ଟରେ ଦର୍ଶାଇଛି ।

ସେହିଭଳି ୟୁରୋପୀୟ ଦେଶ ମଧ୍ୟରୁ ଜର୍ମାନୀ ଉପରେ ଚୀନର ସର୍ବାଧିକ ପ୍ରଭାବ ଥିବାବେଳେ ୮୨ଟି ରାଷ୍ଟ୍ର ମଧ୍ୟରୁ ଜର୍ମାନୀର ସ୍ଥାନ ୧୯ ନମ୍ବରରେ ରହିଛି । ଦି ଚାଇନା ଇଣ୍ଡେକ୍ସ ୨୦୨୨ ଭଳି ଅଧ୍ୟୟନ ପ୍ରଥମ ଥର ପାଇଁ ହୋଇଛି । ଯେଉଁଥିରେ ଦୁନିଆର ୮୨ଟି ଦେଶ ଉପରେ ଚୀନର ସାମଗ୍ରିକ ପ୍ରଭାବ ଉପରେ ଅଧ୍ୟୟନ କରାଯାଇଛି ।

ତାଇୱାନର ଏକ ବେସରକାରୀ ସଂସ୍ଥା ଡବଲ ଥିଙ୍କ ଚାଇନା ଇନ୍ ଦ ୱର୍ଲ୍ଡ ନେଟୱର୍କରେ ଏହା ପ୍ରକାଶିତ କରିଛି । ୮୨ଟି ଦେଶର ଗଣମାଧ୍ୟମ, ଶିକ୍ଷା, ଅର୍ଥ ବ୍ୟବସ୍ଥା, ସମାଜ, ସେନା, ଟେକ୍ନୋଲୋଜି, ଆଇନ୍ ଆଦି ସଂସ୍ଥା, ସ୍ଥାନୀୟ ରାଜନେତା ଓ ବିଦେଶ ନୀତିକୁ ନେଇ ଏହି ଅଧ୍ୟୟନ କରାଯାଇଥିଲା ।

Related Articles

Back to top button