ଅନ୍ତ ହେବ ୟୁକ୍ରେନ-ରୁଷିଆ ଯୁଦ୍ଧ: ପୁଟିନ୍ ଦେଇଛନ୍ତି ବଡ଼ ବୟାନ

ଅନ୍ତ ହେବ ୟୁକ୍ରେନ-ରୁଷିଆ ଯୁଦ୍ଧ। ଏନେଇ ରୁଷିଆ ରାଷ୍ଟ୍ରପତି ବ୍ଲାଦିମିରି ପୁଟିନ୍ ଦେଇଛନ୍ତି ବଡ଼ ବୟାନ । ପ୍ରଥମ ଥର ପାଇଁ ଶାନ୍ତିର ସଙ୍କେତ ଦେଇଥିବା ପୁଟିନ ଭାରତର ନାଁ ନେଇଛନ୍ତି । ପୁଟିନ କହିଛନ୍ତି, ଭାରତ ଯୁଦ୍ଧ ସମାପ୍ତିର ମଧ୍ୟସ୍ଥି ସାଜିପାରେ । ଏହାସହ ବ୍ରାଜିଲ ଓ ଚାଇନା ମଧ୍ୟ ମଧ୍ୟସ୍ଥି ହେବା ନେଇ ପୁଟିନ ସୂଚନା ଦେଇଛନ୍ତି ।ଗତ ଅଢେଇ ବର୍ଷରୁ ଅଧିକ ହେବ ଦୁଇ ଦେଶ ମଧ୍ୟ ଲାଗି ଯୁଦ୍ଧ ଲାଗି ରହିଛି । ଏସବୁ ମଧ୍ୟରେ ଶାନ୍ତି ଆଲୋଚନା ସପକ୍ଷରେ ସଙ୍କେତ ଦେଇଛନ୍ତି ପୁଟିନ । ଯୁଦ୍ଧର ପ୍ରଥମ ସପ୍ତାହରେ ଇସ୍ତାନବୁଲରେ ଶାନ୍ତି ଆଲୋଚନା ନେଇ ବୈଠକ ବସିଥିଲା । ଏହି ସମୟରେ ଋଷ ଓ ୟୁକ୍ରେନର ବୁଝାମଣାରେ ସାମିଲ ଥିବା ଅଧିକାରୀ ମଧ୍ୟରେ ଗୋଟିଏ ଚୁକ୍ତି କରାଯାଇଥିଲା । ହେଲେ ଏହା କେବେ ବି କାର୍ଯ୍ୟକାରୀ ହୋଇପାରିନି । ଉକ୍ତ ବୁଝାମଣା ପତ୍ରରେ ଥିବା ବିଷୟ ବସ୍ତୁକୁ ଏବେ ଆଲୋଚନାର ମୂଳଢାଞ୍ଚା ଭାବେ ନିଆଯାଇପାରେ । ଭାରତ, ଚାଇନା ଓ ବ୍ରାଜିଲ ଏହି ସମ୍ଭାବ୍ୟ ଶାନ୍ତି ଆଲୋଚନାର ମଧ୍ୟସ୍ଥି ବି ସାଜି ପାରିବେ ବୋଲି ପୁଟିନ ମତ ରଖିଛନ୍ତି ।

Related Articles

Back to top button