୨୨ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଉଡାଣ ଭରିଥିବା ଏମଆଇ-୮ ହେଲିକପ୍ଟର ନିଖୋଜ

ରୁଷରେ ଏକ ବଡ ଅଘଟଣ ଘଟିଥିବା ନେଇ ଶନିବାର ସାମ୍ନାକୁ ଆସିଛି। ରୁଷର ଏକ ହେଲିକପ୍ଟର କାମଚାତକାରେ ନିଖୋଜ ହୋଇଯାଇଛି। ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଆଶଙ୍କା କରାଯାଉଛି। ଏମଆଇ-୮ଟି ହେଲିକପ୍ଟରରେ କ୍ରୁ ସଦସ୍ୟଙ୍କ ସମେତ ୨୨ ଜଣ ଥିଲେ।ମିଳିଥିବା ସୂଚନାନୁଯାୟୀ, ରୁଷର ଏମଆଇ-୮ଟି ହେଲିକପ୍ଟର ଶନିବାର ରୁଷର ପୂର୍ବ ଅଞ୍ଚଳରେ ସ୍ଥିତ କାମଚାତକା ପେନିସୁଲାରୁ ଉଡାଣ ଭରିଥିଲା। ହେଲିକପ୍ଟରରେ କ୍ରୁ ସଦସ୍ୟଙ୍କ ସମେତ ୨୨ ଜଣ ଥିଲେ । ଗନ୍ତବ୍ୟସ୍ଥଳରେ ହେଲିକପ୍ଟର ନିଶ୍ଚିତ ହୋଇଥିବା ସମୟରେ ନ ପହଞ୍ଚିବାରୁ ଏହା ନିଖୋଜ ଥିବା ଜଣାପଡିବା ପରେ ତଲାସି ଅଭିଯାନ ଆରମ୍ଭ ହୋଇଛି।ଏମଆଇ-୮ଟି ଏକ ଯୁଗ୍ମ ଇଞ୍ଜିନ୍‌ ହେଲିକପ୍ଟର, ଯାହା ୧୯୬୦ ମସିହାରେ ଡିଜାଇନ୍ ହୋଇଥିଲା। ରୁଷ ବ୍ୟତୀତ ଏହି ହେଲିକପ୍ଟରକୁ ଅନ୍ୟାନ୍ୟ ଦେଶ ମଧ୍ୟ ବ୍ୟବହାର କରନ୍ତି, କିନ୍ତୁ ଏହି ହେଲିକପ୍ଟର ଦୁର୍ଘଟଣା ହେବାର ଅନେକ ରେକର୍ଡ ରହିଛି।

Related Articles

Back to top button