
ଯୁଦ୍ଧ ଶେଷ ହେବା ସମ୍ଭାବନା: ଅଗଷ୍ଟ ୧୫ରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ
ଖୁବଶୀଘ୍ର ରୁଷ- ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ । ଏକାଠି ହେବେ ଦୁଇ ସୁପର ପାୱାର । ଅଗଷ୍ଟ ୧୫ରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ୟୁକ୍ରେନ୍ ଶାନ୍ତି ନେଇ ଉଭୟ ନେତାଙ୍କ ମଧ୍ୟରେ ହେବ ଆଲୋଚନା । ଏହା ଉପରେ ରହିଛି ସାରା ବିଶ୍ବର ନଜର । ଅସ୍ତ୍ରବିରତି ସମ୍ପର୍କରେ ବିଭିନ୍ନ ପକ୍ଷ ସହମତି ହେଉଛନ୍ତି ବୋଲି କହିଛନ୍ତି ଟ୍ରମ୍ପ ।
ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ବି ଅସ୍ତ୍ରବିରତି ପ୍ରସଙ୍ଗରେ ରାଜି ଥିବା କୁହାଯାଉଛି । ୧୯୯୮ର ଗଭର୍ଣ୍ଣର ଆଇଲ୍ୟାଣ୍ଡ ସମିଟ ପରେ ପ୍ରଥମ ଥର ଯୁକ୍ତରାଷ୍ଟ୍ର ଭୂମିରେ ଯୁକ୍ତରାଷ୍ଟ୍ର–ରୁଷୀୟ ଦୁଇପକ୍ଷୀୟ ସମ୍ମିଳନୀ ହେବ । ଟ୍ରମ୍ପ ସୂଚନା ଦେଇଛନ୍ତି ଯେ ୟୁକ୍ରେନ ଶାନ୍ତି ସମ୍ମତିରେ “କିଛି ଭୂମି ବଦଳ’’ ହୋଇପାରେ – ଯାହାକି ପୂର୍ବରୁ ବିବାଦିତ ପ୍ରସ୍ତାବ ।ଏଥି ସହ ବିଶ୍ଲେଷକମାନେ କହୁଛନ୍ତି ଯେ, ଏହା ପୁଟିନଙ୍କ ପ୍ରସ୍ତାବ ସହିତ ସମାନ, ଯେଉଁଥିରେ ଯୁଦ୍ଧରେ ସ୍ଥିତି ଅଟକାଇ ଡୋନେସ୍କ ଓ ଲୁହାନ୍ସ ପରି ଅଞ୍ଚଳଗୁଡ଼ିକ ରୁଷୀୟ ନିୟନ୍ତ୍ରଣରେ ରହିବ । ୨୦୧୫ରେ ଶେଷ ଥର ପାଇଁ ଆମେରିକା ଗସ୍ତ କରିଥିଲେ ପୁଟିନ୍ ।