ତିଆରି ହେଲା ବିଶ୍ୱର ପ୍ରଥମ କୃତ୍ରିମ ମାନବ ଭ୍ରୂଣ

ନୂଆଦିଲ୍ଲୀ: ଦିନକୁ ଦିନ ଅଗ୍ରଗତି କରିବାରେ ଲାଗିଛି ବିଜ୍ଞାନ । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ବିନା ଅଣ୍ଡା ଓ ଶୁକ୍ରାଣୁରେ ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ କୃତ୍ରିମ ମାନବ ଭ୍ରୂଣ ପ୍ରସ୍ତୁତ କରିଛନ୍ତି ।

ଆମେରିକା ଓ ୟୁକେର ବୈଜ୍ଞାନିକମାନେ ଏହି ବଡ଼ ସଫଳତା ହାସଲ କରିବାରେ ସକ୍ଷମ ହୋଇ ପାରିଛନ୍ତି । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଓ କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ବୈଜ୍ଞାନିକମାନେ ଷ୍ଟେମ ସେଲ ମାଧ୍ୟମରେ ଏହି ସିନ୍ଥେଟିକ ମାନବ ଭ୍ରୂଣକୁ ଲ୍ୟାବରେ ବିକଶିତ କରିଛନ୍ତି । ଏହି ସରଞ୍ଚନାରେ ମସ୍ତିଷ୍କ ବା ହୃଦୟ ପରି କୌଣସି ଅଙ୍ଗ ନାହିଁ । ଏହା ମାନବ ବିକାଶର ବହୁତ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ମାତ୍ର ଏଥିରେ ଏପରି କିଛି କୋଷିକା ରହିଛି, ଯାହାକି ଆଗାମୀ ଦିନରେ ଗର୍ଭାଶୟ ଓ ଭ୍ରୂଣ ନିର୍ମାଣ କରିପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ଭ୍ରୂଣ ଷ୍ଟେମ କୋଷିକାର ପୁନଃ ପ୍ରୋଗ୍ରାମିଂ କରି ମାନବ ଭ୍ରୂଣ ପରି ମଡେଲ ପ୍ରସ୍ତୁତ କରିପାରିବେ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଲ୍ୟାବରେ ତିଆରି ହୋଇଥିବା ଭ୍ରୂଣ ପରି ଏକ ମାନବ ମଡେଲ ‘ଏମ୍ବ୍ରିୟାନିକ ଷ୍ଟେମ ସେଲ’ରୁ ତିଆରି କରାଯାଇଥିଲା । ଏହା ତିନୋଟି ଅଲଗା ଅଲଗା ସ୍ତରରେ ବିକଶିତ ହୋଇଥିଲା । ଯେଉଁ ଭ୍ରୂଣ ମଡେଲ ତିଆରି ହୋଇଛି ସେଥିରେ ଜର୍ମ କୋଷିକା ରହିଥିଲା । ତାହା ଅଣ୍ଡା ଓ ଶୁକ୍ରାଣୁରେ ବିକଶିତ ହେବ । ଏହା ମାନବ ଭ୍ରୂଣ ନୁହେଁ । ଏହା ଭ୍ରୂଣର ଏକ ମଡେଲ, ଯାହାକି ମାନବ ଭ୍ରୂଣ ସହିତ ସମାନ । ଏହା ବାରମ୍ବାର ହେଉଥିବା ଗର୍ଭଧାରଣ ଓ ଅନୁବଂଶିକ ରୋଗ ପଛର କାରଣ ଖୋଜିବାରେ ଏହା ସହାୟକ ହୋଇପାରେ ।

Related Articles

Back to top button