ତୁର୍କୀ-ସିରିଆରେ ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ୫୦ ହଜାରକୁ ବୃଦ୍ଧି

ଆଙ୍କାରା: ତୁର୍କୀ- ସିରିଆରେ ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ଶନିବାର ୫୦ ହଜାରକୁ ବୃଦ୍ଧି ପାଇଛି। ଗତ ୬ ତାରିଖରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପରେ ପୁଣି ସୋମବାର ୬.୪ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପରେ ତୁର୍କୀର ହତାୟ ଅଞ୍ଚଳ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି।

ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ପ୍ରାଧିକରଣ ରିପୋର୍ଟ ଅନୁସାରେ ଶୁକ୍ରବାର ରାତି ସୁଦ୍ଧା ତୁର୍କୀରେ ୪୪,୨୧୮ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ସିରିଆରେ ମୃତ୍ୟୁ ସଂଖ୍ୟା ୫୯୧୪ରେ ପହଞ୍ଚି ଥିବାବେଳେ ଦୁଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫୦ ହଜାର ଅତିକ୍ରମ କରିଛି।

ଏପରିକି ସୋମବାର ଦକ୍ଷିଣ ତୁର୍କୀରେ ୬.୪ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ପରେ ଏହି ଅଞ୍ଚଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

Related Articles

Back to top button