ଦୀର୍ଘ ସମୟ ଧରି ଡାଉନ୍‌ ରହିବା ପରେ ପୁଣି ସକ୍ରିୟ ହେଲା ଟୁଇଟର୍‌

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ଭାରତ ସମେତ ବିଶ୍ବର ଅଧିକାଂଶ ରାଷ୍ଟ୍ରରେ ‘ଡାଉନ୍‌’ ରହିବା ପରେ ଆଜି ମାଇକ୍ରୋବ୍ଲଗିଙ୍ଗ୍‌ ପ୍ଲାଟ୍‌ଫର୍ମ ‘ଟୁଇଟର୍‌’ ପୁଣି ସକ୍ରିୟ ହୋଇଛି। ‘ଆଉଟେଜ୍‌ ଟ୍ରାକିଙ୍ଗ୍‌ ୱେବ୍‌ସାଇଟ୍‌’ ‘ଡାଉନ୍‌ଡିଟେକ୍ଟର୍‌ ଡଟ୍‌ କଅମ୍‌’ ରିପୋର୍ଟ ଅନୁସାରେ, ଉଭୟ ମୋବାଇଲ୍‌ ଓ ଡେସ୍କ୍‌ଟପ୍‌ ବ୍ୟବହାରକାରୀମାନେ ସାଇଟ୍‌ ଆକ୍‌ସେସ୍‌ କରିପାରି ନ ଥିଲେ କିଂବା ନୋଟିଫିକେସନ୍‌ ମ୍ୟାନେଜ୍‌ କରିପାରି ନ ଥିଲେ।

ଓଲଟି ସେମାନଙ୍କ ନିକଟକୁ ଗୁଡ଼ାଏ ‘ପପ୍‌-ଅପ୍‌ ମେସେଜ୍’ ଆସିଥିଲା। ଏହାଦ୍ବାରା ନୋଟିଫିକେସନ୍‌ ସମେତ ମୋବାଇଲ୍‌ ଆପ୍‌ ଓ ଅନ୍ୟାନ୍ୟ ଫିଚର୍‌ ମଧ୍ୟ ପ୍ରଭାବିତ ହୋଇଥିଲା। ‘ଟୁଇଟର୍‌’ ପ୍ରସାରଣ ବ୍ୟାଘାତ ଯୋଗୁଁ ଆମେରିକାରେ ୧୦,୦୦୦, ଜାପାନରେ ପ୍ରାୟ ୨,୫୦୦ ଏବଂ ଇଂଲଣ୍ଡ୍‌ର ୨,୫୦୦ ବ୍ୟବହାରକାରୀ ପ୍ରଭାବିତ ହୋଇଥିଲେ ବୋଲି ‘ଡାଉନ୍‌ଡିଟେକ୍ଟର୍‌’ରୁ ସୂଚନା ମିଳିଛି।

Related Articles

Back to top button