ନିଜ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ସରକାରୀ କର୍ମଚାରୀଙ୍କୁ ସବୈତନିକ ବର୍ଷେ ଛୁଟି ଦେବ ୟୁଏଇ
ଆବୁଧାବି : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସରକାରୀ ସଂସ୍ଥାଗୁଡ଼ିକରେ କାମ କରୁଥିବା ଉତ୍ସାହୀ କର୍ମଚାରୀମାନଙ୍କ ପାଇଁ ଏକ ଅଭିନବ ଯୋଜନା ଘୋଷଣା କରିଛି। ଯେଉଁ ସରକାରୀ କର୍ମଚାରୀମାନେ ବ୍ୟବସାୟ ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବାକୁ ଚାହାନ୍ତି, ସେମାନଙ୍କୁ ସରକାର ଦେବେ ଏକ ବର୍ଷ ପାଇଁ ସବୈତନିକ ଛୁଟି। ୨୦୨୩ ଜାନୁଆରି ୨ ତାରିଖରୁ ଏହି ଯୋଜନା କାର୍ଯ୍ୟକାରୀ ହେବ।
ଦୁବାଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ୍ ମକତୁମ, ଉପରାଷ୍ଟ୍ରପତି ଏବଂ ୟୁଏଇର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ବ୍ୟବସାୟକୁ ପ୍ରୋତ୍ସାହନ ଦେବା ପାଇଁ ଏବଂ ଅଧିକ ସଂଖ୍ୟାରେ ବ୍ୟବସାୟ ପ୍ରତିଷ୍ଠାନ ଗଢ଼ିତୋଳିବା ପାଇଁ ସେମାନେ ଏହି ଯୋଜନା କରିଛନ୍ତି। ଶେଖ୍ ମହମ୍ମଦ ଟ୍ବିଟ୍ କରି ଲେଖିଛନ୍ତି ଯେ, କୌଣସି ସରକାରୀ କର୍ମଚାରୀ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଥିଲେ ତାଙ୍କୁ ପୂରା ବର୍ଷଟିଏ ଅଧା ଦରମା ସହ ଛୁଟି ଦିଆଯିବ। ନିଜର ଉଦ୍ୟୋଗ ଆରମ୍ଭ କରିବାକୁ ଚାହୁଥିବା ସରକାରୀ କର୍ମଚାରୀମାନଙ୍କୁ ସରକାର ସବୁ ପ୍ରକାର ସବୁ ପ୍ରକାର ସହଯୋଗ କରିବେ।