ତଳ ମୁହାଁ ବ୍ରିଟେନ ଅର୍ଥନୀତି: ଇସ୍ତଫା ଦେଇପାରନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ
ଲଣ୍ଡନ: ଲିଜ ଟ୍ରସ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଏହି ଚର୍ଚା ଏବେ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି । ମିଥ୍ୟା ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଥିବାରୁ ବ୍ରିଟେନବାସୀ ଏବେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ନେତୃତ୍ବ ସଂକଟ ନେଇ ସାଂସଦମାନେ ମଧ୍ୟ ଚେତାବନୀ ଦେଇଛନ୍ତି । ଦେଶର ଆର୍ଥିକ ଅବସ୍ଥା ଦିନକୁ ଦିନ ତଳକୁ ତଳ ଯାଉଥିବାରୁ ଟ୍ରସ ଏବେ ଚିନ୍ତାରେ ଅଛନ୍ତି । କୁହାଯାଉଛି କିଛି ଦିନ ଭିତରେ ଟ୍ରସ ଇସ୍ତଫା ଦେବାନେଇ ତାଙ୍କ ସମର୍ଥକ ସାଂସଦଙ୍କ ସହ ଆଲୋଚନା କରୁଛନ୍ତି ।
Today the Prime Minister appointed her new Chancellor @Jeremy_Hunt.
Together they are committed to delivering the strong and sustained growth Britain needs to transform the prosperity of our country for years to come. pic.twitter.com/jSaHZKGEi8
— UK Prime Minister (@10DowningStreet) October 14, 2022
ପ୍ରଧାନମନ୍ତ୍ରୀ ଗାଦିରେ ବସିବାର ୫ ସପ୍ତାହ ପୂରଣ ହେବା ପରେ ଏବେ ସେ ନେଇଥିବା କିଛି ନିଷ୍ପତ୍ତି ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ପ୍ରଥମ ବଜେଟ୍ କୁ ନେଇ ତାଙ୍କ ନିଷ୍ପତ୍ତି କୁ ବିରୋଧୀ ମାନେ ସମାଲୋଚନା କରିଥିବା ବେଳେ ନିଜ ଦଳର ସାଂସଦମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟ୍ୟାକ୍ସ କମାଇବା କଥା କହି ସେ ନିଜ ଦଳରୁ ସମର୍ଥନ ପାଇଥିଲେ ତାହା ସେ ପୂରଣ କରିପାରିନାହାଁନ୍ତି । ଆର୍ଥୀକ ନୀତି ପାଇଁ ଟ୍ରସ୍ ଅର୍ଥମନ୍ତ୍ରୀ କ୍ବାସି କ୍ବାର୍ଟଙ୍ଗକୁ ପଦଚ୍ୟୁତ କରିବାକୁ ବାଧ୍ୟ ହେବା ପରେ ତାଙ୍କ ଉପରେ ଦେଶବାସୀ ଆଲୋଚନା ଆରମ୍ଭ କରିଛନ୍ତି । ବିରୋଧୀମାନେ ମଧ୍ୟ ତାଙ୍କୁ ଦୁର୍ବଳ ଅର୍ଥନୀତି ପାଇଁ ଟାର୍ଗେଟ କରୁଛନ୍ତି ।
Labour leader Sir Keir Starmer says PM Liz Truss is 'clinging on' to power and 'can't fix the mess she has created'.
Giving a speech in Barnsley, Sir Keir said the damage caused by last month's mini-budget was "unprecedented"
👉 https://t.co/9mgGhxRStK pic.twitter.com/3Qj9UOYCdz
— Sky News (@SkyNews) October 15, 2022
ତାଙ୍କ ଲୋକପ୍ରିୟତା ମଧ୍ୟ କମିବାରେ ଲାଗିଛି । କନଜରଭେଟିଭ ଦଳପାଇଁ କ୍ଷତି ହେବା ଆଗରୁ ତାଙ୍କୁ ପଦରୁ ଇସ୍ତଫା ଦେବା ପାଇଁ ସାଂସଦମାନେ ପରାମର୍ଶ ଦେଇଛନ୍ତି । ଆଉ ଦେଢ଼ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଟ୍ରସ ମଧ୍ୟ ନିଜ ଦଳ କନଜରଭେଟିକୁ କ୍ଷତି ପହଁଚାଇବା ପାଇଁ ଚାହୁଁନାହାଁନ୍ତି । ନିଜ ନିଷ୍ପତ୍ତି ପାଇଁ ତାଙ୍କୁ ନିଜ ଦଳରେ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି।
Boris Johnson failed our country and now Liz Truss has broken our economy.
It’s time the British people were given their say on this shower of a Conservative party.
We need a General Election now.
— Ed Davey (@EdwardJDavey) October 14, 2022
ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ କର୍ପୋରେସନ ଟିକସ ଉପରେ ହୋଇଥିବା ୬ ପ୍ରତିଶତ ବୃଦ୍ଧିକୁ ସେ ପ୍ରତ୍ୟାହାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନର ଅର୍ଥନୀତିକୁ ଦେଖି ତାହା ସେ କରିପାରିନାହାଁନ୍ତି । କେବଳ ଭୋଟ ପାଇବା ଓ ପ୍ରଧାନମନ୍ତ୍ରୀ ହେବା ପାଇଁ ସେ ଏଭଳି ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ ବୋଲି ବ୍ରିଟେନରେ ଚର୍ଚା ହେଉଛି ।
Today’s almost 9 minute press conference answered nothing, in truth. We don’t know what Liz Truss was thinking when she sacked Kwasi Kwarteng, what the deal is with Jeremy Hunt, what the new plan is, who now runs the country and why she isn’t quitting.
— Krishnan Guru-Murthy (@krishgm) October 14, 2022