ରୁଷ କବଳରୁ ଇଜିୟମ ସହର ମୁକ୍ତ କଲା ୟୁକ୍ରେନ ସେନା

କୀଭ: ରୁଷ-ୟୁକ୍ରେନ ଯୁଦ୍ଧ ୨୦୦ ଦିନ ପାଖାପାଖି ପହଞ୍ଚିଲାଣି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେଁସ୍କି ଏବଂ ସୈନ୍ୟ ବାହିନୀର ଉଚିତ ରଣନୀତି ଯୋଗୁ ଯୁଦ୍ଧରେ ସେମାନେ ତିଷ୍ଠି ରହିଛନ୍ତି। ଖାରକିଭ ଅଂଚଳକୁ ରୁଷ କବଜାକୁ ନେବା ପରେ କିଛି ମାତ୍ରାରେ ହାଲକା ହୋଇ ଯାଇଥିଲା। ଏହାର ଫାଇଦା ନେଇ ୟୁକ୍ରେନ ସେନା ଏହାର ପ୍ରମୁଖ ସହର ଇଜିୟମକୁ ପୁନର୍ବାର ରୁଷ କବଳରୁ ଛଡେଇ ଆଣିଛନ୍ତି। ଏହା ବ୍ୟତୀତ ଗୁରୁତ୍ୱପୂର୍ଣ୍ଣ କୁପିୟାନ୍ସି ରେଲୱେ ଜଙ୍କସନକୁ ମଧ୍ୟ ମୁକୁଳାଇଛନ୍ତି । ଯାହା ଫଳରେ ବର୍ତମାନ ରୁଷ ସେନା ଆଉ ଆଗକୁ ବଢ଼ି ପାରୁ ନାହିଁ।

ରୁଷ ସେନା ଗୋଳା ବାରୁଦ ଓ ଯୁଦ୍ଧ ସାମଗ୍ରୀ ଛାଡି ସେ ସ୍ଥାନରୁ ପଳାଇ ଯାଇଛନ୍ତି। ରିପୋର୍ଟ ମୁତାବକ ୨୦୦୦ ବର୍ଗ କିଲୋମିଟର ୟୁକ୍ରେନ ସେନା ନିଜ ହାତମୁଠାକୁ ପୁନର୍ବାର ନେଇ ଆସି ପାରିଛନ୍ତି। ଖାରକୀଭରୁ ରୁଷ ତାର ସେନାକୁ ଅସ୍ଥାୟୀ ଭାବେ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛି। ୟୁକ୍ରେନ ସେନାଙ୍କ ଘନ ଘନ ଆକ୍ରମଣ ଯୋଗୁ ରୁଷ ସେନା ଏହି ନିଷ୍ପତି ନେବାକୁ ବାଧ୍ୟ ହୋଇଛି।

Related Articles

Back to top button