ଉତ୍ତରକୋରିଆରୁ ରକେଟ୍ ଓ ତୋପ ଲାଗି ଗୋଳା କିଣିବ ଋଷିଆ: ରିପୋର୍ଟ

ୱାସିଂଟନ: ୟୁକ୍ରେନ ସହ ଯୁଦ୍ଧରେ ଋଷୀୟ ଅସ୍ତ୍ରଭଣ୍ଡାର ଏବେ ଖାଲି ହେବା ଉପରେ । ଆମେରିକୀୟ ଗୁଇନ୍ଦା ରିପୋର୍ଟରେ ଏପରି ଦାବି କରାଯାଇଛି। ଋଷିଆର ୟୁକ୍ରେନ ଆକ୍ରମଣକୁ ଇତିମଧ୍ୟରେ ୬ ମାସ ବିତିଯାଇଛି। ଦୀର୍ଘ କାଳ ହେଲା ଚାଲିଥିବା ଯୁଦ୍ଧ ଲାଗି ଋଷୀୟ ଅସ୍ତ୍ରଭଣ୍ଡାର ଏବେ ଶେଷ ହେବା ଅବସ୍ଥାରେ । ଏଣୁ ଆମେରିକାର ଶତ୍ରୁ ରାଷ୍ଟ୍ର ଉତ୍ତରକୋରିଆ ଠାରୁ ବିପୁଳ ରକେଟ୍ ଓ ଗୋଳା ଆଦି କିଣିବା ଲାଗି ଋଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରକ୍ରିଆରେ ଥିବା ଏହି ରିପୋର୍ଟରେ କୁହାଯାଇଛି।

ଋଷିଆ ଏବେ ଉତ୍ତରକୋରିଆ ଆଡକୁ ମୁହାଁଇବାର ଅର୍ଥ ୟୁକ୍ରେନରେ ଋଷିଆ ସେନା ଏବେ ଗୁରୁତର ଯୋଗାଣ ସଂକଟର ସମ୍ମୁଖୀନ ହୋଇଛି। ଏଣୁ ଉପୁଜିଥିବା ପରିସ୍ଥିତିରେ ଋଷିଆ ଏବେ ଉତ୍ତରକୋରିଆଠାରୁ ଅତିରିକ୍ତ ସୈନ୍ୟ ଉପକରଣ କ୍ରୟ ଲାଗି ବିଚାର କରିପାରେ ବୋଲି ଆକଳନ କରାଯାଉଛି। ଏହି ଗୁଇନ୍ଦା ସୂଚନା ସର୍ବ ପ୍ରଥମେ ନ୍ୟୁୟର୍କ ଟାଇମସ୍‌ରେ ପ୍ରକାଶିତ ହୋଇଥିଲା। ଯେତେବେଳେ ଋଷିୟ ସେନା ଗତ ୟୁକ୍ରେନ ଯୁଦ୍ଧ କ୍ଷେତ୍ର ଲାଗି ଇରାନ ନିର୍ମିତ ଡ୍ରୋନର ଡେଲିଭରୀ ନେଇଥିଲା।

ତେବେ ତେହେରାନରୁ ଅଗଷ୍ଟ ମାସରେ ହାସଲ ଡ୍ରୋନ ଲାଗି ଋଷିଆକୁ ବୈଷୟିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଋଷ ଗତମାସରେ ଇରାନ ନିର୍ମିତ ମୋହଜେର-୬ ଓ ଶହିଦ ସିରିଜର ମାନବ ବିହୀନ ଡ୍ରୋନ କ୍ରୟ କରିଥିଲା। ଏହାକୁ ନେଇ ବାଇଡେନ ପ୍ରଶାସନ ୟୁକ୍ରେନରେ ଉପଯୋଗ ଲାଗି ଶତାଧିକ ଇରାନୀ ୟୁଏଭି ହାସଲ କରିବା ଋଷିୟ ଯୋଜନାର ଅଂଶ ବୋଲି ଆକଳନ କରିଥିଲା।

ଉଲ୍ଲେଖଯୋଗ୍ୟ ଯେ ଋଷିଆ ବନ୍ଧୁତ୍ୱକୁ ମଜଭୁତ କରିବା ପାଇଁ ଅଫର ଦେଇଥିବା ଉତ୍ତର କୋରିଆ ଗତ ମାସରେ କହିଥିଲା। ଯେଉଁଥିରେ ଉଭୟ ଦେଶଙ୍କ ସାମରିକ ସମ୍ପର୍କ କଥା ମଧ୍ୟ ଉଲ୍ଲେଖ କରାଯାଇଥିଲା। ଏଣୁ ଯୁଦ୍ଧ ଲାଗି ଏବେ ଉତ୍ତରକୋରିଆରୁ ଋଷିଆ ଅସ୍ତ୍ରଶସ୍ତ୍ର ଆମଦାନୀ କରିପାରେ ବୋଲି ଆକଳନ କରାଯାଉଛି।

 

Related Articles

Back to top button