ଭାରତୀୟଙ୍କ ପାଇଁ ଜାରି ହେଲା ଏକ ଲକ୍ଷ ଆମେରିକୀୟ ଭିସା ସ୍ଲଟ

ଓ୍ବାଶିଂଟନ: ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଚାଲିଛି । ଆଉ ଏଭଳି ସମୟରେ ଭାରତୀୟ ଛାତ୍ର ଏବଂ ଚାକିରିଆଙ୍କ ପାଇଁ ଏକ ଲକ୍ଷ ଭିସା ସ୍ଲଟ ଜାରି କରିଛି ଆମେରିକା । ଏହା ଦ୍ବାରା ଭାରତରୁ ଆହୁରି ଏକ ଲକ୍ଷ ଭାରତୀୟ ଆମେରିକା ଯାଇପାରିବେ । କରୋନା କଟକଣା ମଧ୍ୟରେ  ଗତ ଦୁଇ ବର୍ଷ ହେଲା ଆମେରିକା ସ୍ଲଟ ଜାରି କରିବାରେ କଟକଣା ଲଗାଇ ଆସୁଥିଲା । ଏବେ ଭାରତୀୟଙ୍କ ମନ ଜିଣିବା ପାଇଁ ଆମେରିକାରେ ବାଇଡେନ ସରକାର ଏପରି ନିଷ୍ପତ୍ତି ନେଇଥିବା ଚର୍ଚା ହେଉଛି । ବଡ଼ କଥା ହେଲା ଏବେ 12 ଲକ୍ଷ ଭାରତୀୟ ଭିସା ଅପେକ୍ଷାରେ ରହିଛନ୍ତି । ଆଗାମୀ ବର୍ଷେ ଭିତରେ ଏସବୁ ଭିସା ଜାରି କରାଯିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି ।

ତେଣୁ କହିବାକୁ ଗଲେ ଆମେରିକୀୟ ଭିସା ଚାହୁଁଥିବା ଭାରତୀୟଙ୍କ ପାଇଁ ଏହା  ଖୁସି ଖବର ଆଣିଦେଇଛି । କିଛି ଦିନ ଧରି ଆମେରିକା  ଭିସା ପାଇଁ ୱେଟିଂ ପିରିୟଡକୁ ହ୍ରାସ କରାଯାଉଥିବା ବେଳେ  ଅନ୍ୟପଟେ ଏକ ଲକ୍ଷ ନୂଆ ଭିସା ସ୍ଲଟ୍‌ ମଧ୍ୟ ଖୋଲିବା ଆମେରିକାରେ ରହୁଥିବା ଭାରତୀୟଙ୍କ ପାଇଁ କିଛିଟା ଉତ୍ସାହ ଆଣିଛି । ଏହି ଦିଗରେ କିଛି ପ୍ରମୁଖ ପଦକ୍ଷେପ ନିଆଯାଇ ସାରିଛି ଏବଂ ନିୟମ ଗୁଡ଼ିକରେ ମଧ୍ୟ ପରିବର୍ତ୍ତନ କରାଯାଇଥିବା ଆମେରିକା ପକ୍ଷରୁ କୁହାଯାଇଛି ।

ବିଶେଷ କରି ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ର ଆମେରିକାରେ ପଢ଼ିବା ପାଇଁ ଭିସା ଚାହୁଁଥିବା ବେଳେ ସମସ୍ତଙ୍କୁ ଭିସା ମିଳିପାରିନଥାଏ । ଗତ ବର୍ଷ ମଧ୍ୟରେ 82 ହଜାର ଛାତ୍ରଛାତ୍ରୀଙ୍କୁ ଆମେରିକା ଭିସା ଦେଇଥିଲା । କିନ୍ତୁ ଆବେଦନ ସଂଖ୍ୟା ଲକ୍ଷ୍ୟାଧିକ ଥିଲା ।  ଏହା ସହ  ବିଭିନ୍ନ କାଟାଗୋରୀର ଭିସାରେ ମଧ୍ୟ କଟକଣା ରହିଛି ।  କାର୍ଯ୍ୟ ଭିସା ସହ ପ୍ରତିଷ୍ଠିତ ଏଚ୍‌-୧ବି ଭିସା, ବି-୧ ବିଜନେସ୍‌ ଭିସା, ବି-୨ ଟୁରିଜିମ୍‌ ଭିସା ଓ  ଏୟାରଲାଇନ୍ସ କମ୍ପାନୀ ଗୁଡ଼ିକ ପାଇଁ ଭିସା ମଧ୍ୟ ସାମିଲ ଅଛି ।

ଏସବୁ ଭିତରେ କିଛି କଟକଣା ସରକାର ହଟାଇଥିବା ବେଳେ କିଛି ଆଇନରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଆଗାମୀ ଦିନରେ ଅଧିକ ଭାରତୀୟଙ୍କୁ ଭିସା ମିଳିପାରିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି ।

Related Articles

Back to top button