ୟୁକ୍ରେନ ସହିତ ଯୁଦ୍ଧରେ ରୁଷ କେବେ ବି ଜିତିପାରିବେ ନାହିଁ: ଆମେରିକା ରାଷ୍ଟ୍ରପତି

ୱାଶିଂଟନ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକ ବର୍ଷ ବିତିଗଲାଣି । କୌଣସି ନିର୍ଣ୍ଣୟକ ସ୍ଥିତିରେ ରୁଷ-ୟୁକ୍ରେନ କେହି ପହଞ୍ଚି ପାରୁନାହାନ୍ତି । ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଏକ ବିସ୍ଫୋରକୂ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ୟୁକ୍ରେନରେ ରୁଷ କେବେ ବି ଜିତି ପାରିବ ନାହିଁ ।  ଏଥିସହିତ ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ ପଶ୍ଚିମ ଦେଶ ବିରୋଧରେ ଦେଇଥିବା ବୟାନର ବି ଉତ୍ତର ରଖିଛନ୍ତି ବାଇଡେନ । ସେ କହିଛନ୍ତି, ପଶ୍ଚିମ ଦେଶ ରୁଷ ଉପରେ ଆକ୍ରମଣ କରିବାର ଷଡଯନ୍ତ୍ର କରୁନାହାନ୍ତି । ଲକ୍ଷାଧିକ ରୁଷ ନାଗରିକ ସେମାନଙ୍କ ପଡୋଶୀଙ୍କ ସହ ଶାନ୍ତିରେ ରହିବାକୁ ଚାହୁଁଛନ୍ତି । ସେମାନେ ଶତ୍ରୁ ନୁହଁନ୍ତି।

ରାଷ୍ଟ୍ରପତି ବାଇଡେନ ବାରସାରେ ଐତିହାସିକ ରୟାଲ କ୍ୟେସଲରେ ପୋଲାଣ୍ଡର ଜନତାଙ୍କୁ ସମ୍ବୋଧିତ କରି କହିଥିଲେ, ରୁଷ ସେନା ଯୁଦ୍ଧ ଅପରାଧ କରିଛନ୍ତି ଏଥିରେ ସନ୍ଦେହ ନାହିଁ । ରୁଷ ଏହି ଯୁଦ୍ଧରେ କେବେ ବି ଜିତି ପାରିବେ ନାହିଁ । ରୁଷ ସବୁ ସୀମା ଲଂଘି ସାରିଛି । ଅନ୍ୟପକ୍ଷେ ୟୁକ୍ରେନ ବି ପଛକୁ ହଟିବା ଦେଶ ନୁହେଁ । ୟୁକ୍ରେନ ଏବେ ସ୍ବାଧୀନ ରାଷ୍ଟ୍ର ।

Related Articles

Back to top button