୨ ଘଣ୍ଟା ଲାଗି ବିଶ୍ୱବ୍ୟାପୀ ହ୍ୱାଟ୍ସଆପ୍ ହୋଇଗଲା ଅଚଳ

ନୂଆଦିଲ୍ଲୀ: ସଚଳ ହେଲା ଅଚଳ ହ୍ୱାଟ୍ସଆପ୍ । ଦୀର୍ଘ ୨ ଘଣ୍ଟା ପରେ ହ୍ୱାଟ୍ସ,ଆପ୍ ଉପରୁ ପରାଗ ପ୍ରଭାବ ହଟିଛି । ମଙ୍ଗଳବାରି ଦିନ ପ୍ରାୟ ୧୨ଟା ୩୦ । ହଠାତ୍ ହ୍ୱାଟ୍ସଆପ୍ ସର୍ଭର ଡାଉନ୍ ହୋଇ ଯାଇଥିଲା । ଆଜି ଆଂଶିକ ସୂର୍ଯ୍ୟୋପରାଗ ସଂଗଠିତ ହେଉଥିବା ବେଳେ ହ୍ୱାଟ୍ସଆପ୍ ଭାରତ ସହ ଅଧିକାଂଶ ଦେଶରେ ୨ ଘଣ୍ଟା ଧରି ଡାଉନ୍ ରହିଥିଲା ।

ଫଳରେ ହ୍ୱାଟ୍ସଆପ୍ ୟୁଜର କୌଣସି ମେସେଜ୍ କି ଭିଡିଓ କଲ୍ କରି ପାରୁ ନଥିଲେ । ଯାହାକୁ ନେଇ ଟ୍ୱିଟରରେ ହ୍ୱାଟ୍ସଆପ୍ ଟ୍ରୋଲ୍ ହୋଇଥିଲା । ଏପରିକି ଅନେକ ୟୁଜର୍ ହ୍ୱାଟ୍ସଆପ୍ RIP ଲେଖି ଟ୍ରୋଲ୍ କରିଥିଲେ । ଅନେକ ୟୁଜର୍ ମେଟା ସିଇଓଙ୍କ ଫଟୋକୁ ନେଇ ମିମିକ୍ରି କରିଥିଲେ ।

ଟ୍ୱିଟରରେ ଅନେକ ୟୁଜର ହ୍ୱାଟ୍ସଆପ୍ ବ୍ୟବହାର କଲା ବେଳେ ଅସୁବିଧାର ସମ୍ମୁଖିନ ହୋଇଥିବା ଲେଖିଛନ୍ତି । କୌଣସି ମେସେଜ୍ ଯାଉନଥିବା ବେଳେ ଭିଡିଓ କଲ୍ ବି କରି ହେଉ ନାହିଁ । ହ୍ୱାଟ୍ସଆପ୍ ଅଚଳ ପରେ ଟ୍ୱିଟରରେ ବିଭିନ୍ନ ପ୍ରକାର ମିମିକ୍ରି ଦେଖିବାକୁ ମିଳିଛି ।

Related Articles

Back to top button