ଟ୍ୱିଟର ସର୍ଭର ଡାଉନ୍, ୟୁଜର୍ସ ଆକାଉଣ୍ଟ ଲଗ୍ ଇନ୍ ହେଉନାହିଁ

ନୂଆଦିଲ୍ଲୀ: ଆଜି ପୁଣି ଥରେ ଟ୍ୱିଟର ସର୍ଭର ଡାଉନ୍ ଦେଖାଉଛି । ୟୁଜର୍ସ ସେମାନଙ୍କର ଆକାଉଣ୍ଟ ଲଗ୍ ଇନ୍ କରିପାରୁନାହାନ୍ତି । ଏକ ନୂଆ ସମସ୍ୟା କାରଣରୁ ୟୁଜର୍ସଙ୍କ ଆକାଉଣ୍ଟ ଲଗ୍ ଇନ୍ ହେଉନାହିଁ । ତେଣୁ ସେମାନେ ଟ୍ୱିଟରରୁ ଲଗ୍ ଆଉଟ୍ ହେଉଥିବା ଦେଖାଯାଉଛି ।

ବିଶ୍ୱର ହଜାର ହଜାର ୟୁଜର୍ସଙ୍କ ଟ୍ୱିଟର ଡାଉନ୍ ହୋଇଥିବା ଜଣାପଡ଼ିଛି । ତେଣୁ ୟୁଜର୍ସ ଟ୍ୱିଟର ଆକାଉଣ୍ଟରୁ ଲଗ୍ ଆଉଟ୍ ହେବା ସହ ପୁଣି ଥରେ ଲଗ୍ ଇନ୍ କରିପାରୁ ନାହାନ୍ତି । ଆଉଟେଜ ଟ୍ରାକିଂ ୱେବସାଇଟ୍ ଡାଉନ୍ ଡିଟେକ୍ଟର ମୁତାବକ, ହଜାର ହଜାର ୟୁଜର୍ସଙ୍କ କ୍ଷେତ୍ରରେ ଏହି ସମସ୍ୟା ପରିଲକ୍ଷିତ ହେଉଛି । ଟ୍ୱିଟର ଆଉଟେଜକୁ ୩୬୦୦ରୁ ଅଧିକ ଥର ରିପୋର୍ଟ କରିଛି । ଏହି ଆଉଟେଜ କାରଣରୁ ଟ୍ୱିଟର ୟୁଜର୍ସ ଡେସ୍କଟପରୁ ନିଜ ଆପ ଲଗ୍ ଆଉଟ୍ କରୁଛନ୍ତି ଓ ପୁଣି ଥରେ ଲଗ୍ ଇନ୍ କରିପାରୁ ନାହାନ୍ତି ।

ତେବେ ଟ୍ୱିଟରରେ ଦେଖାଦେଇଥିବା ଏହି ସମସ୍ୟା ବିଷୟରେ ରେଡିଟ ୟୁଜର୍ସ ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ଏହି ଆଉଟେଜ ବିଷୟରେ ବର୍ତ୍ତମାନ କମ୍ପାନୀ ତରଫରୁ କିଛି ସୂଚନା ଦିଆଯାଇ ନାହିଁ । ଏହି ଆଉଟେଜ କାରଣରୁ କିଛି ୟୁଜର୍ସଙ୍କ ଟ୍ୱିଟସ ଲୋଡ୍ ନ ହେବାର ସମସ୍ୟା ଦେଖାଯାଉଛି । ସୂଚନାଯୋଗ୍ୟ ଯେ, ଟ୍ୱିଟର ବ୍ଲୁ ଟିକ୍ ପାଇଁ ୟୁଜର୍ସଙ୍କୁ ସବସ୍କ୍ରିପସନ ଚାର୍ଜ ଦେବା ନେଇ କମ୍ପାନୀ ନିକଟରେ ନିଷ୍ପତ୍ତି ନେଇଛି । ଏଣିକି ଟ୍ୱିଟର ପ୍ଲାଟଫର୍ମରେ ନ୍ୟୁଜ୍ ପଢ଼ିବା ପାଇଁ ୟୁଜର୍ସଙ୍କୁ ପଇସା ଦେବାକୁ ପଡ଼ିବ । ଏନେଇ ନିକଟରେ ଏଲନ୍ ଟ୍ୱିଟ କରି ସୂଚନା ଦେଇଥିଲେ । ଏହା ପୂର୍ବରୁ ଗତମାସ ୭ ତାରିଖରେ ମଧ୍ୟ କମ୍ପାନୀର ସର୍ଭର ଡାଉନ୍ ହୋଇଥିଲା ଓ ପରବର୍ତ୍ତୀ ସମୟରେ ଏଲନ ଏନେଇ ସ୍ପଷ୍ଟିକରଣ ଦେଇଥିଲେ ।

Related Articles

Back to top button