ଲିଭର ନଷ୍ଟ ହେଲେ କେମିତି ଜାଣିବେ
ଅନେକ ଲୋକ ଅଛନ୍ତି ଯେଉଁମାନେ କୌଣସି ପ୍ରକାର ନିଶା ସେବନ ନ କରି ମଧ୍ୟ ଲିଭର ସମ୍ବନ୍ଧିତ ରୋଗର ଶିକାର ହୋଇଥାନ୍ତି
ନିଶା ସେବନ ଦ୍ୱାରା ଲିଭର ନଷ୍ଟ ହୋଇଥାଏ ବୋଲି ଅନେକଙ୍କ ଧାରଣା ରହିଛି। ମାତ୍ର ଏହା ସବୁକ୍ଷେତ୍ରରେ ହୋଇ ନ ଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି। ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କୌଣସି ପ୍ରକାର ନିଶା ସେବନ ନ କରି ମଧ୍ୟ ଲିଭର ସମ୍ବନ୍ଧିତ ରୋଗର ଶିକାର ହୋଇଥାନ୍ତି। ଲିଭର୍ରେ ମାଂସ ଜମା ହେବା କାରଣରୁ ଏହି ସମସ୍ୟା ଦେଖାଯାଇଥାଏ। ତେବେ ଏହାର ମୁଖ୍ୟ ଲକ୍ଷଣ ସମ୍ପର୍କରେ ଜାଣନ୍ତୁ।
ପେଟ ଫୁଲିବା:
ପେଟ ଫୁଲିବା ଏହି ରୋଗର ମୁଖ୍ୟ ଲକ୍ଷଣ। ଯେତେବେଳେ ଲିଭର ଶରୀରର ବର୍ଜ୍ୟବସ୍ତୁକୁ ବାହାରକୁ କାଢ଼ିବାକୁ ଅସମର୍ଥ ହୋଇଥାଏ। ସେତେବେଳେ ପେଟରେ ପାଣି ଜମି ଫେଟ ଫୁଲିଯାଇଥାଏ।
ପୁରୁଷଙ୍କ ସ୍ତନ ବଢ଼ିଥାଏ : ସ୍ତନ ବଢ଼ିବାର ଅନେକ କାରଣ ହୋଇପାରେ ମାତ୍ର ଏହା ଫ୍ୟାଟି ଲିଭରର ଏକ ଲକ୍ଷଣ ହୋଇଥାଏ। ତେବେ ଏପରି ଅନୁଭବ କରୁଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ହଳଦିଆ ତ୍ୱଚା: ଯଦି ଆପଣଙ୍କ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ଆସୁଥାଏ କିମ୍ବା ଆପଣଙ୍କ ତ୍ୱଚା ହଳଦିଆ ପଡ଼ିଯାଏ ତେବେ ଏହା ଫ୍ୟାଟି ଲିଭରର ମୁଖ୍ୟ କାରଣ ହୋଇଥାଏ॥
ରକ୍ତନଳୀ ବଢ଼ିବା: ଏହି ସମସ୍ୟା କାରଣରୁ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ହୋଇଥାଏ।