ଭୁବନେଶ୍ୱର SDJM କୋର୍ଟରେ ଜାମିନ ଆବେଦନ କଲେ ଅର୍ଚ୍ଚନା ନାଗ
ଭୁବେନେଶ୍ୱର: ଭୁବନେଶ୍ୱର SDJM କୋର୍ଟରେ ଜାମିନ ଆବେଦନ କରିଛନ୍ତି ଅର୍ଚ୍ଚନା । ପୂର୍ବରୁ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରିନଥିଲା । ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।
ସୂଚନା ଥାଉକି ଏବେ ଝାରପଡ଼ା ଜେଲର ମହିଳା ୱାର୍ଡ଼ରେ ରହୁଛନ୍ତି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ୍ । ଦିନେ ବିଳାସପୂର୍ଣ୍ଣ ବିଲ୍ଡିଂରେ ରହୁଥିବା ଅର୍ଚ୍ଚନା ଏବେ ଜେଲର ଚାରିକାନ୍ଥ ଭିତରେ କଟୁଛି ଜୀବନ । ଆସନ୍ତା ୧୦ ତାରିଖରେ ମାମଲାର ଶୁଣାଣି ହେବାର ଥିଲା କିନ୍ତୁ ଶୁଣାଣି ଘୁଞ୍ଚିଥିଲା ।
ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଭିସି ମାଧ୍ୟମରେ ଶୁଣାଣୀ କରାଯାଇଥିଲା । ଝାରପଡା ଜେଲରୁ ଭିସିରେ ହାଜର ହୋଇଥିଲେ ଅର୍ଚ୍ଚନା । ସବ୍ୟସାଚୀ ସୁତାର ଓ ଦେବାଶିଷ ମହାପାତ୍ର ନିଜ ଓକିଲ ବୋଲି କୋର୍ଟଙ୍କୁ ଜଣାଇଥିଲେ ଅର୍ଚ୍ଚନା । ତେବେ ତାଙ୍କୁ ରିମାଣ୍ଡରେ ପୋଲିସ୍ ନେଇପାରେ ବୋଲି ସୂଚନା ମିଳିଥିଲା । ହେଲେ କୋର୍ଟ ଜାମିନ୍ ଆବେଦନର ଶୁଣାଣି ଘୁଞ୍ଚାଇ ଦେଇଛନ୍ତି ।