ପୁରୁଣା ଡିଜେଲ ବସ୍‍ ରାସ୍ତାରୁ ହଟାଇବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ

ବସଗୁଡିକ ୧୫ ବର୍ଷ ହେବାପରେ ସେଗୁଡିକର ପଞ୍ଜିକରଣ ଆଉ ନବିକରଣ କରାଯିବନାହିଁ ଏବଂ ସେଗୁଡିକୁ ରଦ୍ଦି ଆକାରରେ ବିକ୍ରି କରାଯିବ

ଦେଶର ବିଭିନ୍ନ ରାଜ୍ୟରେ ଚଳାଚଳ କରୁଥିବା ପୁରୁଣା ଡିଜେଲ ଚାଳିତ ବସ୍‍ଗୁଡିକ ହଟାଇ ସେହି ସ୍ଥାନରେ ଇଭି ଚଳାଚଳ କରିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ କହିଛନ୍ତି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୨୫ଟି ରାଜ୍ୟର ପରିବହନ ସଂସ୍ଥା ଅଧୀନରେ ୩୨,୦୬୨ ଡିଜେଲ ବସ ରହିଛି, ଯେଉଁଗୁଡିକ ୧୦ ବର୍ଷ ପୁରୁଣା। ଏହି ବସଗୁଡିକ ୧୫ ବର୍ଷ ହେବାପରେ ସେଗୁଡିକର ପଞ୍ଜିକରଣ ଆଉ ନବିକରଣ କରାଯିବନାହିଁ ଏବଂ ସେଗୁଡିକୁ ରଦ୍ଦି ଆକାରରେ ବିକ୍ରି କରାଯିବ। ଜଣାଯାଇଛି ଯେ ଏହି ପୁରୁଣା ଡିଜେଲ ବସଗୁଡିକର ଚଳାଚଳ ଯୋଗୁଁ ବାୟୁମଣ୍ଡଳ ଅତିମାତ୍ରାରେ ପ୍ରଦୂଷିତ ହେବା ସହିତ ସେଗୁଡିକର ରକ୍ଷଣାବେକ୍ଷଣ ବାବଦରେ ମଧ୍ୟ ବିପୁଳ ଖର୍ଚ୍ଚ କରିବାକୁ ହେଉଛି।

ନିତି ଆୟୋଗ ପକ୍ଷରୁ ଦେଶର ପ୍ରମୁଖ ପାଞ୍ଚଟି ସହର ଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା, ହାଇଦରାବାଦ ଏବଂ ସୁରଟରେ ପୁରୁଣା ଗାଡି ଚଳାଚଳ ବନ୍ଦ କରିବା ନିମନ୍ତେ କୁହାଯିବା ପରେ ଏହିସବୁ ସହରରେ ଇତିମଧ୍ୟରେ ୫୪୫୦ଟି ବିଦ୍ୟୁଚ ଚାଳିତ ବସ ଖରିଦ କରାଯାଇସାରିଛି। ଏଗୁଡିକର ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ତୁଳନାତ୍ମକ ଭାବରେ ଯଥେଷ୍ଟ କମ୍‍ ହୋଇଥିବାରୁ ଅନ୍ୟ ସହରଗୁଡିକ ଏହାକୁ ଅନୁସରଣ କରିବେ ବୋଲି ସରକାର ଆଶା କରୁଛନ୍ତି। ଏହା ସିଓପି-୨୬ରେ ଘୋଷିତ ଭାରତର ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ ହାସଲରେ ସହାୟକ ହୋଇପାରିବ ବୋଲି କୁହାଯାଉଛି।

Related Articles

Back to top button