ଦୀପିକାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ପ୍ରଭାସ

ଅପକମିଙ୍ଗ୍‌ ଫିଲ୍ମ ‘ପ୍ରୋଜେକ୍ଟ-କେ’ର ଶୁଟିଂ ଏକ ସପ୍ତାହ ପାଇଁ ଘୁଞ୍ଚାଇବା ଲାଗି ସେ ଫିଲ୍ମ ମେକର୍ସଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି

ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଏଥିପାଇଁ ଅଭିନେତ୍ରୀଙ୍କ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଦୀପିକାଙ୍କୁ ହସ୍ପିଟାଲରେ ଡିସଚାର୍ଜ କରି ଦିଆଯାଇଥିଲା। ବର୍ତ୍ତମାନ ଦୀପିକାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି ସାଉଥ୍‌ ସୁପରଷ୍ଟାର ପ୍ରଭାସ। ସେ କିଭଳି ସୁସ୍ଥ ରହିବେ ସେଥିପାଇଁ ପ୍ରଭାସ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଅପକମିଙ୍ଗ୍‌ ଫିଲ୍ମ ‘ପ୍ରୋଜେକ୍ଟ-କେ’ର ଶୁଟିଂ ଏକ ସପ୍ତାହ ପାଇଁ ଘୁଞ୍ଚାଇବା ଲାଗି ସେ ଫିଲ୍ମ ମେକର୍ସଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି।
ସୂଚନାନୁସାରେ, ହାଇଦ୍ରାବାଦରେ ପ୍ରଭାସ ଓ ଦୀପିକାଙ୍କ ‘ପ୍ରୋଜେକ୍ଟ-କେ’ ଫିଲ୍ମର କିଛି ଶୁଟିଂ କରାଯାଉଥିଲା। ସେତିକି ବେଳେ ଦୀପିକାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ପ୍ରଥମ ଥର ପାଇଁ ଦୀପିକା ଓ ପ୍ରଭାସଙ୍କୁ ବଡ ପରଦାରେ ଏହି ଫିଲ୍ମ ଜରିଆରେ ଏକାଠି ଦେଖିବାକୁ ମିଳିବ। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ନାଗ ଅଶ୍ୱିନୀ କର। ଦୀପିକା, ପ୍ରଭାସଙ୍କ ବ୍ୟତିତ ବିଗ ବି ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ।

Related Articles

Back to top button