ଜଲ୍‌ଦି ବିବାହ ବନ୍ଧନରେ ଆବଦ୍ଧ ହେବେ ତମନ୍ନା ଭାଟ୍ଟିଆ

ନୂଆଦିଲ୍ଲୀ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ତମନ୍ନାଙ୍କ ଘରେ ବାଜିବ ଶାହାନାଇ। ହାତ କୁ ଦି ହାତ ହେବେ ତମନ୍ନା ଭାଟ୍ଟିଆ। ବିବାହ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ସବୁବେଳେ ଚର୍ଚ୍ଚାରେ ରହିଥିବା ତମନ୍ନା ନିଜର ବିବାହକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି ।

ଖବର ଅନୁଯାୟୀ , ତମନ୍ନା କୌଣସି ନୂଆ ପ୍ରୋଜେକ୍ଟ ସାଇନ୍‌ କରୁନାହାଁନ୍ତି। କାରଣ ସେ ନିଜର ବିବାହ ପ୍ରସ୍ତୁତିରେ ବ୍ୟସ୍ତ ରହିବେ। ତମନ୍ନା ବିଜନେସ୍‌ମ୍ୟାନଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଏବଂ ବିବାହ ପାଇଁ ହଁ ବି କହିଛନ୍ତି । ଯଦିଓ ଅଭିନେତ୍ରୀ ନିଜ ବିବାହ ଖବରକୁ ଏ ପର୍ଯ୍ୟନ୍ତ ନିଶ୍ଚିତ କରି ନାହାଁନ୍ତି। ତେବେ ତମନ୍ନା ଭାଟିଆ ଜଲ୍‌ଦି ନିଜ ବିବାହକୁ ନେଇ ଅଫିସିଆଲ ଘୋଷଣା କରି ପାରନ୍ତି। କିଛି ଦିନ ପୂର୍ବେ ତମନ୍ନା କହିଥିଲେ କି, ଲୋକମାନେ ବିବାହକୁ ବହୁତ ଅଧିକ ଗୁରୁତ୍ୱ ଦେଉଛନ୍ତି। ଯେତେବେଳେ ଉଚିତ୍‌ ସମୟ ଆସିଲେ ନିଶ୍ଚୟ ବିବାହ କରିବେ।

ତମନ୍ନା ଭାଟ୍ଟିଆ ବଲିଉଡ୍‌ର ସବୁଠୁ ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଛନ୍ତି। ସାଉଥ୍‌ ସିନେମାରେ ମଧ୍ୟ ତମନ୍ନାଙ୍କର ନାଁ ରହିଛି । ସେ ନିଜ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ କରିଥିବା ବେଳେ ବ୍ଲକବଷ୍ଟର ଫିଲ୍ମ ‘ବାହୁବଲୀ’ ରହିଛି।

Related Articles

Back to top button