ଏଣିକି ଲାପଟପ, ଫୋନ ଓ ଟାବଲେଟ ପାଇଁ ଗୋଟିଏ ଚାର୍ଜର

ନୂଆଦିଲ୍ଲୀ: ଅଲଗା ଅଲଗା ଡିଭାଇସ ପାଇଁ ଗୋଟିଏ ଚାର୍ଜିଂ ସିଷ୍ଟମ ଭାରତରେ ଲାଗୁ ହେବାକୁ ଯାଉଛି । ଏକାଧିକ ସ୍ମାର୍ଟ ଡିଭାଇସ ପାଇଁ ଗୋଟିଏ କମନ୍ ଚାର୍ଜିଂ ପୋର୍ଟ ୟୁଏସବି-ସିର ବ୍ୟବହାର କରାଯିବ । ଏହାକୁ ନେଇ କମ୍ପାନୀମାନେ ସହମତି ପ୍ରକାଶ କରିଥିବା ସ୍ପଷ୍ଟ ହୋଇଛି । ଏହାଦ୍ୱାରା ଲୋକଙ୍କୁ ଏଣିକି ନୂଆ ଡିଭାଇସରେ ନୂଆ ଚାର୍ଜର ଲଗାଇବାର ଆବଶ୍ୟକତା ପଡ଼ିବ ନାହିଁ । ଅର୍ଥାତ ଦେଶରେ ସ୍ମାର୍ଟ ଡିଭାଇସ ପାଇଁ ସିଙ୍ଗଲ ଚାର୍ଜର କାମ କରିବ ।

ଗ୍ରାହକ ବ୍ୟାପାର ସଚିବ ରୋହିତ କୁମାର ସିଂହ ଏ ବାବଦରେ ସୂଚନା ଦେଇଛନ୍ତି । ସ୍ମାର୍ଟ ଡିଭାଇସ ପାଇଁ ଗୋଟିଏ କମନ ଚାର୍ଜିଂ ପୋର୍ଟକୁ ନେଇ ଷ୍ଟକହୋଲ୍ଡର୍ସଙ୍କ ପକ୍ଷରୁ ସହମତି ପ୍ରକାଶ ପାଇଛି । ଏହି ସହମତି ପରେ ଏବେ କମନ ଚାର୍ଜିଂ ପୋର୍ଟକୁ ନେଇ ରାସ୍ତା ପରିସ୍କାର ହୋଇଯାଇଥିବା ସେ କହିଛନ୍ତି । ତେବେ କମ୍ ମୂଲ୍ୟ ବିଶିଷ୍ଟ ଫିଚର ଫୋନ ପାଇଁ ପୋର୍ଟ ଅଲଗା ହୋଇପାରେ । ଆସୋଚାମ-ଇୱାଇର ଏକ ରିପୋର୍ଟ ମୁତାବକ, ଗତ ୨୦୨୧ରେ ଭାରତରେ ୫ ମିଲିୟନ ଇ-ୱେଷ୍ଟ ଜେନେରେଟ କରାଯାଇଥିଲା । ଭାରତ ଏହି ମାମଲାରେ କେବଳ ଆମେରିକା ଓ ଚୀନ ଠାରୁ ପଛରେ ରହିଥିଲା ।

ତେବେ ବୈଠକରେ ଷ୍ଟକହୋର୍ଲ୍ଡସଙ୍କ ପକ୍ଷରୁ ସହମତି ମିଳିବା ପରେ ଏବେ ଟାବଲେଟ, ସ୍ମାର୍ଟଫୋନ ପରି ଡିଭାଇସ ପାଇଁ ୟୁଏସବି ଟାଇପ-ସି ଚାର୍ଜିଂ ପଏଣ୍ଟ ବ୍ୟବହାର କରାଯିବ । ଫିଚର ଫୋନ ପାଇଁ ଅନ୍ୟ ପୋର୍ଟର ଆବଶ୍ୟକତା ପଡ଼ିବ । ନିକଟରେ ୟୁରୋପୀୟ ସଂଘ ସମସ୍ତ ପ୍ରକାରର ଡିଭାଇସ ପାଇଁ ଟାଇପ-ସି ଚାର୍ଜିଂ ପୋର୍ଟକୁ ମଞ୍ଜୁରୀ ଦେଇଥିଲା । ସେଠାରେ ବିକ୍ରି ହେଉଥିବା ସମସ୍ତ ଡିଭାଇସ ୟୁଏସବି ଟାଇପି-ସି ପୋର୍ଟ ସହିତ ଆସିବ । ବର୍ତ୍ତମାନ ଅଧିକାଂଶ ଫୋନରେ ଏହି ପୋର୍ଟ ଦିଆଯାଉଛି ।

Related Articles

Back to top button