ଦଶ ବର୍ଷରେ ଯେଉଁମାନେ ଆଧାର ଅପଟେଡ କରାଇନାହାନ୍ତି ନିକଟସ୍ଥ କେନ୍ଦ୍ରରେ ଅପଡେଟ କରନ୍ତୁ

ନୂଆଦିଲ୍ଲୀ: ବିଗତ ଦଶ(୧୦) ବର୍ଷ ମଧ୍ୟରେ ଆଧାର ସଂଖ୍ୟା ବ୍ୟକ୍ତିର ପରିଚୟ ପ୍ରମାଣ ଭାବରେ ଉଭା ହୋଇଛି। ବିଭିନ୍ନ ସରକାରୀ ଯୋଜନା ଏବଂ ସେବାଗୁଡିକର ଲାଭ ପାଇବା ପାଇଁ ଆଧାର ନମ୍ବର ବ୍ୟବହାର କରାଯାଉଛି। ଏହି ଯୋଜନା ଏବଂ ସେବାଗୁଡିକର ଲାଭ ପାଇବା ପାଇଁ ସାଧାରଣ ଜନତାଙ୍କୁ ଆଧାର ତଥ୍ୟକୁ ଅତ୍ୟାଧୁନିକ ବ୍ୟକ୍ତିଗତ ବିବରଣୀ ସହିତ ଅପଡେଟ୍ ରଖିବାକୁ ପଡିବ ଯାହାଦ୍ୱାରା ଆଧାର ପ୍ରମାଣୀକରଣ/ଯାଞ୍ଜରେ କୌଣସି ଅସୁବିଧା ହେବ ନାହିଁ।

ବିଗତ ଦଶ ବର୍ଷରେ ଯେଉଁମାନେ ଆଧାର ଅପଟେଡ କରାଇନାହାନ୍ତି, ନିକଟସ୍ଥ ଆଧାର ପଞ୍ଜୀକରଣ କେନ୍ଦ୍ରରେ ଆଧାର ନମ୍ବର ଅପଡେଟ କରିପାରିବେ। ଏଥିପାଇ ସର୍ବନିମ୍ନ ମୂଲ୍ୟ ୫୦ଟଙ୍କା ରହିଛି।

UIDAI ଅଧୀନରେ ନମ୍ବର ଧାରକମାନଙ୍କୁ ନିର୍ଦ୍ଦିଷ୍ଟ ଫି ସହିତ ଡକ୍ୟୁମେଣ୍ଟ ଅପଡେଟ ସୁବିଧା ଯୋଗାଇ ଦିଆଯାଉଛି, ଯାହା ମାଧ୍ୟମରେ ଆଧାର ନମ୍ବର ଧାରକ ବ୍ୟକ୍ତିଗତ ପରିଚୟ (POI) ଏବଂ ପ୍ରୁଫ ଅଫ ଠିକଣା(POA) ଡକ୍ୟୁମେଣ୍ଟକୁ ଅପଡେଟ କରିପାରିବେ। ଏହି ସୁବିଧା ମୋ ଆଧାର ପୋର୍ଟାଲ (ପୋର୍ଟାଲ (https://myaadhaar.uidai.gov.in/)) ମାଧ୍ୟମରେ ଅନଲାଇନରେ ପ୍ରବେଶ କରାଯାଇପାରିବ କିମ୍ବା ସମାନ ସୁବିଧା ପାଇବା ପାଇଁ ଜନସାଧାରଣ ନିକଟସ୍ଥ ନାମଲେଖା କେନ୍ଦ୍ର ପରିଦର୍ଶନ କରିପାରିବେ।

Related Articles

Back to top button