ଚାଷୀ ପ୍ରସଙ୍ଗରେ ବିଧାନସଭା ଅଚଳ

ଭୁବନେଶ୍ୱର: କାଲି ଅର୍ଚ୍ଚନା ଆଜି ଚାଷୀ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ୍ ହୋଇଛି । ହଟ୍ଟଗୋଳ ଭିତରେ ପ୍ରଥମେ ପ୍ରଶ୍ନକାଳ ଓ ପରେ ଧୋଇ ହୋଇ ଯାଇଛି ଶୂନ୍ୟକାଳ । ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବି ରଖିଛନ୍ତି । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ ଗୃହରେ ହଟ୍ଟଗୋଳ କରିଥିଲେ ।

ବିଧାନସଭା ଭିତରେ ଚାଷୀ ପ୍ରସଙ୍ଗରେ ହଟ୍ଟଗୋଳ ପରେ ଗୃହ ମୁଲତବି ହେବା ପରେ ବାହାରେ ବି ବିଜେପି ପ୍ରତିବାଦ କରିଥିଲା । ଗୃହ ଭିତରେ ଚାଷୀ ପ୍ରସଙ୍ଗରେ ଚୁପ୍ ଥିବା ଶାସକ ଦଳ ବିଧାନସଭା ବାହାରେ ବିରୋଧୀଙ୍କ ଢଙ୍ଗରେ ଚାଷୀଙ୍କ ପ୍ରତି କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ପ୍ରତିବାଦ କରିଛି ।

Related Articles

Back to top button