ସାନିଟାରୀ ପ୍ୟାଡ ବ୍ୟବହାର କଲେ କର୍କଟ ରୋଗ ହୋଇପାରେ: ନୂଆ ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ : ଆପଣ ମାନେ ସାନିଟାରୀ ପ୍ୟାଡ ବ୍ୟବହାର କରୁଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ସାନିଟାରୀ ପ୍ୟାଡ ବ୍ୟବହାର କରିବା ଦ୍ବାରା ହୋଇପାରେ କର୍କଟ ରୋଗ । ଏମିତିକି ବନ୍ଧ୍ୟାକରଣ ସମସ୍ୟା ମଧ୍ୟ ଦେଖା ଦେଇପାରେ ବୋଲି ନୂଆ ଅଧ୍ୟୟନରୁ ଜଣାପଡ଼ିଛି  । ପ୍ରତ୍ୟେକ କିଶୋରୀମାନେ ମାସିକ ଋତୁସ୍ରାବ ସମୟରେ ସାନିଟାରୀ ପ୍ୟାଡ୍‌ର ବ୍ୟବହାର କରିଥାଆନ୍ତି । ମାତ୍ର ସାନିଟାରୀ ପ୍ୟାଡ୍‌କୁ ନେଇ ଏକ ନୂତନ ଅଧ୍ୟୟନରେ ଏମିତି କିଛି ଖୁଲାସା ହୋଇଛି, ଯାହା ସମସ୍ତଙ୍କ ମନରେ ଭୟ ଆଣିଦେଇଛି । ନୂତନ ଅଧ୍ୟୟନ ଅନୁଯାୟୀ, ନ୍ୟାପକିନର ବ୍ୟବହାରରେ କ୍ୟାନ୍ସର ହେବାର ବିପଦ ରହିବା ସହ ନୁହେଁ ବାଞ୍ଝପଣର ସମସ୍ୟା ମଧ୍ୟ ହୋଇପାରେ ବୋଲି ଆକଳନ କରାଯାଇଛି ।

ଏନେଇ ଏନଜିଓ ଟକ୍ସିକ୍ସ ଲିଙ୍କରେ କାର୍ଯ୍ୟକ୍ରମ ସଂଯୋଜକ ତଥା ଏହି ଅଧ୍ୟୟନରେ ସାମିଲ୍ ଡାକ୍ତର ଅମିତ୍‌ କହିଛନ୍ତି ଯେ, ସାନିଟାରୀ ନ୍ୟାପକିନରେ ଏମିତି ଅନେକ କେମିକାଲ୍ ରହିଛି, ଯାହା ସ୍ଵାସ୍ଥ୍ୟପକ୍ଷେ ବହୁତ ହାନୀକାରକ । ସାନିଟାରୀ ପ୍ୟାଡରେ ଅନେକ କେମିକାଲ ମିଶାଯାଉଥିବା ସେ ଦାବୀ କରିଛନ୍ତି । ତେବେ ଏହି ପ୍ୟାଡରେ କାରସିନୋଜନ, ରିପ୍ରୋଡକ୍ଟିଭ୍ ଟକ୍ସିସ୍, ଏଣ୍ଡୋକ୍ରାଇନ ଡିସରପ୍ଟର୍ସ ଏବଂ ଏଲରଜିନ୍ସ ମିଳିଛି   ।

Related Articles

Back to top button