ତିହାର ଜେଲରେ ଇଂଲିଶ ଉପନ୍ୟାସ ପଢୁଛି ଶ୍ରଦ୍ଧା ଓ୍ୱାକର ହତ୍ୟା ଅଭିଯୁକ୍ତ ଅଫତାବ

ନୂଆଦିଲ୍ଲୀ: ଶ୍ରଦ୍ଧା ଓ୍ୱାକର ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ଅମିନ ପୁନାଓ୍ୱାଲା ତିହାର ଜେଲରେ । ଏବେ ସେ ଜେଲରେ ରହି କୌଣସି ଇଂରାଜୀ ଉପନ୍ୟାସ ପଢିବାକୁ ଜେଲ୍ କର୍ତ୍ତୃପକ୍ଷଙ୍କଠୁ ମାଗିଥିଲେ। ଶନିବାର ସନ୍ଧ୍ୟାରେ ଜେଲ ପ୍ରଶାସନ ତାଙ୍କୁ ‘ଦି ଗ୍ରେଟ୍ ରେଲଓ୍ୱେ ମାର୍କେଟ୍: ବାଇ ଟ୍ରେନ୍ ଥ୍ରୁ ଏସିଆ’ ବହି ପ୍ରଦାନ କରିଛି। ଏହି ପୁସ୍ତକଟି ଆମେରିକୀୟ ଔପନ୍ୟାସିକ ପଲ୍ ଥେରକ୍ସଙ୍କ ଏକ ଭ୍ରମଣ କାହାଣୀ। “ଅପରାଧ ଉପରେ ଆଧାରିତ ନ ଥିବାରୁ ତାଙ୍କୁ ଏହି ପୁସ୍ତକ ପ୍ରଦାନ କରାଯାଇଛି ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି। ଏହି ବହି ପଢି ଅଫତାବ ଆଉ କାହାର ବା ନିଜର କିଛି କ୍ଷତି କରିପାରିବେ ନାହିଁ।

ଅଫତାବ ଏଯାଏ ସମସ୍ତ ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନର ସମାନ ଉତ୍ତର ଦେଇଛନ୍ତି। ପୁଲିସ ସୂତ୍ରରୁ ଶୁକ୍ରବାର ପିଟିଆଇକୁ କୁହାଯାଇଛି ଯେ ପୁନାଓ୍ୱାଲାଙ୍କ ସ୍ୱୀକାରୋକ୍ତି, ପଲିଗ୍ରାଫ୍ ଏବଂ ନାର୍କୋ ଆନାଲିସିସ୍ ଟେଷ୍ଟ୍ ତାଙ୍କୁ ଦିଆଯାଇଥିବା ଉତ୍ତର ସହ ମେଳ ଖାଉଛି। ଉଭୟ ପରୀକ୍ଷାରେ ସେ ହତ୍ୟା କରିଥିବା ସ୍ୱୀକାର କରିଛି। ଅଫତାବ ତିହାର ଜେଲ୍ ପ୍ରଶାସନଠାରୁ ଇଂରାଜୀ ଉପନ୍ୟାସ ଓ ସାହିତ୍ୟ ପୁସ୍ତକ ମାଗିଛନ୍ତି। ଖୁବ୍ ଶୀଘ୍ର ଏହି ପୁସ୍ତକ ଗୁଡ଼ିକ ଉପଲବ୍ଧ ହେବ।

Related Articles

Back to top button