ଦେଶରେ ବିକ୍ରି ହେଉଥିବା ଔଷଧରେ ବାର୍ କୋଡ୍ ରହିବା ବାଧ୍ୟତାମୂଳକ କଲେ ସରକାର

ନୂଆଦିଲ୍ଲୀ: ଦେଶରେ ବିକ୍ରି ହେଉଥିବା ଔଷଧରେ ବାର୍ କୋଡ୍ ରହିବା ବାଧ୍ୟତାମୂଳକ କରିଛନ୍ତି ସରକାର। ଦେଶ ମଧ୍ୟରେ ବିକ୍ରି ହେଉଥିବା ଔଷଧ ଉପରେ ବାରକୋଡ୍ କରିବା ପାଇଁ ଭାରତର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କାର୍ଯ୍ୟସୂଚୀ ଏଚ୍‌୨ କୁ ଆପଣାଇଛନ୍ତି। ଔଷଧର ଉତ୍ପାଦନ, ପ୍ରାମାଣିକତା, ଯୋଗାଣ ଏବଂ ଏହାକୁ ଟ୍ରାକ୍ କରିବା ପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତି ୧ ଅଗଷ୍ଟ ୨୦୨୩ରୁ କାର୍ଯ୍ୟକାରୀ ହେବ । ଏହା କୌଣସି ଔଷଧର ଆଧାର କାର୍ଡ ରୂପେ କାର୍ଯ୍ୟ କରିବ ।

ରିପୋର୍ଟ ଅନୁସାରେ ଏକ ସ୍ୱତନ୍ତ୍ର କ୍ୟୁଆର କୋଡ ଔଷଧ ବିଷୟରେ ସମସ୍ତ ସୂଚନା ଗଚ୍ଛିତ ରଖିବ । ଯେପରିକି …

  • ଉତ୍ପାଦ ପରିଚୟ କୋଡ୍।
  • ଔଷଧର ସଠିକ୍ ଏବଂ ଜେନେରିକ୍ ନାମ।
  • ବ୍ରାଣ୍ଡ ନାମ
  • ଉତ୍ପାଦକଙ୍କ ନାମ ଏବଂ ଠିକଣା।
  • ବ୍ୟାଚ୍ ନମ୍ବର।
  • ଉତ୍ପାଦନ ତାରିଖ ଓ ଏକ୍ସପାଏରୀ ସମୟ
  • ଉତ୍ପାଦନ ଲାଇସେନ୍ସ ନମ୍ବର।

ଏହି ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଦେଶର ଔଷଧ ଦୋକାନ ଗୁଡିକରେ ଏହି ପଦକ୍ଷେପକୁ ପ୍ରୋତ୍ସାହନ ଦିଆଯିବ ବୋଲି ମିଡିଆ ରିପୋର୍ଟରେ କୁହାଯାଇଛି । ଆଲେଗ୍ରା, ଡୋଲୋ, ଅଗମେଣ୍ଟିନ୍‌, ସରିଡନ୍‌, କାଲପୋଲ୍‌, ଏବଂ ଥାଇରୋନମ୍ ପରି ସର୍ବାଧିକ ବିକ୍ରି ହେଉଥିବା ଔଷଧ ୩୦୦ ବ୍ରାଣ୍ଡ ମଧ୍ୟରେ ଅଛି ଯାହା ବଜାରରେ ବାରକୋଡ୍ ସହିତ ନୂଆ ପ୍ୟାକେଟ୍ ବଜାରକୁ ଆସିବ ବୋଲି ସୂଚନା ମିଳିଛି ।

Related Articles

Back to top button