ପ୍ରାଚୀନ ଏବଂ ଆଦିବାସୀ ଭାଷାର ସଂରକ୍ଷଣ ପାଇଁ ଏକ ବହୁଦାତା ପାଣ୍ଠି ଗଠନ କରିବ ୟୁନେସ୍କୋ

ପ୍ରାଚୀନ ତଥା ଆଦିବାସୀ ଭାଷାଗୁଡ଼ିକୁ ପୁନଃଜୀବିତ, ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ପାଇଁ ୟୁନେସ୍କୋ ଏକ ବହୁଦାତା ପାଣ୍ଠି ଗଠନ କରିବାକୁ ପଦକ୍ଷେପ ନେଉଥିବା ଜଣାପଡିଛି। ଏଥିରେ ପ୍ରାକୃତ, ପାଲି ଏବଂ ଶାରଦା ଭଳି ପ୍ରାଚୀନ ଭାରତୀୟ ଭାଷା ମଧ୍ୟ ରହିଛି। ୟୁନେସ୍କୋ ଦ୍ୱାରା ଆନ୍ତର୍ଜାତୀୟ ଦଶନ୍ଧିର ସ୍ୱଦେଶୀ ଭାଷା କାର୍ଯ୍ୟକ୍ରମ ଅଧୀନରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର କଳାନିଧି ଡିଭିଜନର ମୁଖ୍ୟ ତଥା ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାର ନିର୍ଦ୍ଦେଶକ ରମେଶ ଗୌରଙ୍କୁ ଏହି କମିଟିର ସହ-ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି। ଏଥିରେ ବିଭିନ୍ନ ଭାରତୀୟ ଭାଷା ସମେତ ବିଶ୍ୱର ପ୍ରାଚୀନ ଭାଷାଗୁଡ଼ିକର ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ଏହାକୁ ଅନୁବାଦ କରାଯିବ ଯାହା ଫଳରେ ଆଗାମୀ ପିଢ଼ି ଏହା ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ହାସଲ କରିପାରିବେ। ଏଥି ଲାଗି ବିଭିନ୍ନ ସମୂହ ଏବଂ ବେସରକାରୀ ସଂସ୍ଥା ପାଇଁ ପାଣ୍ଠି ଉପଲବ୍ଧ ହେବ। ସୂଚନା ଅନୁଯାୟୀ, ସମସ୍ତ ସଦସ୍ୟ ଦେଶ ଦ୍ୱାରା ଏକ ନୂତନ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ ହେବ।

୨୦୨୧ ମାର୍ଚ୍ଚ ୨୨ରେ ୟୁନେସ୍କୋ ସ୍ୱଦେଶୀ ଭାଷା ପାଇଁ ଟାସ୍କଫୋର୍ସ ଗଠନ କରିଥିଲା। ଏଥିରେ କାନାଡ଼ା, ଆଇସଲାଣ୍ଡ, ନରୱେ, ଲାଟଭିଆ, ରୂଷିଆ, ୟୁକ୍ରେନ, ବୋଲିଭିଆ, ପାରାଗୁଏ, ପେରୁ, ଅଷ୍ଟ୍ରେଲିଆ, ଭାରତ, ଥାଇଲାଣ୍ଡ, ଗାମ୍ବିଆ, ମାଡାଗାସ୍କର, ଜିମ୍ବାୱେ, ବାହାରିନ, କୁଏତ ଏବଂ ସାଉଦି ଆରବ ସଦସ୍ୟ ଅଛନ୍ତି। ଶ୍ରୀ ଗୌର କହିଛନ୍ତି ଯେ ଭାରତରେ ପ୍ରାୟ ୧୭୦୦ ଭାଷା ଅଛି, ଯେଉଁଥିରୁ ୯୪୯ଟି ଭାଷା ପାଇଁ କୌଣସି ତଥ୍ୟ ନାହିଁ।

Related Articles

Back to top button