ଇଡକଲ୍ ଡେପୁଟି ମ୍ୟାନେଜରଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଏକକାଳୀନ ୭ଟି ଜାଗାରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଇଡକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରା । ଆମ୍ପା ଭାଲି ଲାଇମ୍ ଷ୍ଟୋନ୍ ମାଇନ୍ସ ଇଡକଲ୍ ଡେପୁଟୀ ମ୍ୟାନେଜର ଗୟାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଭୁବନେଶ୍ୱର, କୋରାପୁଟ, ନୟାଗଡ ଓ ରାୟଗଡାସ୍ଥିତ ତାଙ୍କର ମୋଟ ୭ଟି ଠିକଣାରେ ଚଢାଉ କରି ଖାନତଲାସୀ କରୁଛି ଭିଜିଲାନ୍ସ ।

ଚଢାଉର ସ୍ଥାନ ଗୁଡିକୁ ହେଉଛି, ମଞ୍ଚେଶ୍ୱର, ପ୍ଲଟ ନଂ ୬୩/ଏ ତିନି ମହଲା କୋଠା ଓ  ଗ୍ଲୋବାଲ ଇଞ୍ଜିନିଜ୍ଞର୍ସ ଅଫିସ ଏବଂ ଜୟଦେବ ବିହାରସ୍ଥିତ ପ୍ଲଟ ନଂ ୨୯୫/୨୩୧୫ ୪ମହଲା ନିର୍ମାଣାଧୀନ କୋଠା, କୋରାପୁଟ ସୁଙ୍କି ଗେଟ୍ ନିକଟ ଭଡ଼ ଘର, କୋରାପୁଟ ସିମଗୋଡାସ୍ଥିତ ଆମ୍ପାର ଅଫିସ୍ ଚାମ୍ବର, ନୟାଗଡ଼ ଓଡ଼ଗାଁସ୍ଥିତ ପାଟଣାସାହିର ପୈତୃକ ଘର ସହିତ ରାୟଗଡାରେ ମୁନିଗୁଡା ପାଇକାଷ୍ଟ୍ରିଟସ୍ଥିତ ଶ୍ୱଶୁର । ତାଙ୍କର ମୋଟ ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ । ଚଢାଉରେ ୭ଜଣ ଡେପୁଟୀ ଏସପି, ୪ ଜଣ ଇନସପେକ୍ଟର, ଜଣେ ସବଇନସପେକ୍ଟର ଓ ୭ ଏଏସଆଇଙ୍କ ସହିତ ଟିମ୍ ସମ୍ପତ୍ତି ତାଲିକା ପ୍ରସ୍ତୁତ କରୁଛନ୍ତି ।

Related Articles

Back to top button