ଜେଇଇ ଆଡଭାନ୍ସ ୨୦୨୩ ପାଇଁ ନୋଟିଫିକେଶନ ଜାରି
ନୂଆଦିଲ୍ଲୀ: ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (Indian Institute of Technology) ଗୌହାଟୀ ପକ୍ଷରୁ ଜଏଣ୍ଟ ଏଣ୍ଟ୍ରେନ୍ସ ଅର୍ଥାତ ଜେଇଇ ଆଡଭାନ୍ସ ୨୦୨୩ ପାଇଁ ଜାରି ହେଲା ନୋଟିଫିକିଶେନ । ଯୋଗ୍ୟ ଆଶାୟୀ ପ୍ରାର୍ଥୀ ୨୦୨୩ ଏପ୍ରିଲ ୩୦ ତାରିଖ ସକାଳ ୧୦ଟାରେ ଅଫିସିଆଲ ୱେବସାଇଟ jeeadv.ac.in ରେ ପରୀକ୍ଷା ପାଇଁ ଆବେଦନ କରିପାରିବେ ।
ପ୍ରାର୍ଥୀ ମେ’ ୪ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେଶନ କରିପାରିବେ । ଏଥିପାଇଁ ୨୦୨୩ ମେ ୫ ତାରିଖ ସୁଦ୍ଧା ଫି ଭରିବାକୁ ପଡ଼ିବ । କେମେଷ୍ଟ୍ରୀ ଏବଂ ମ୍ୟାଥ ବିଷୟ ସହିତ ଦ୍ୱାଦଶ ପରୀକ୍ଷାରେ ପାସ କରିଥିବା ଛାତ୍ରଛାତ୍ରୀ ୨୦୨୩ ଜେଇ ଆଡଭାନ୍ସଡ ପାଇଁ ଆବେଦନ କରିପାରିବେ । ଦ୍ୱାଦଶ ପରୀକ୍ଷା ଦେଇଥିବା ପିଲା ମଧ୍ୟ ଏଥିପାଇଁ ଆବେଦନ କରିପାରିବେ ।
ଜେଇଇ ଆଡଭାନ୍ସଡ ୨୦୨୩ ପାଇଁ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି/ପିଡ୍ଲୁଡି/ ମହିଳା ପ୍ରାର୍ଥୀ (ସବୁ ଶ୍ରେଣୀର)ଙ୍କ ପାଇଁ ଫିସ ୧୪୫୦ ଟଙ୍କା ରହିଛି । ଅନ୍ୟ ସମସ୍ତ ବର୍ଗ ପାଇଁ ୨୯୦୦ ଟଙ୍କା ରହିଛି । ଜଲଣ୍ଟ ଏଣ୍ଟ୍ରାନ୍ସ ୨୦୨୩ ପରୀକ୍ଷା ଜୁନ ୪ ତାରିଖରେ ହେବ । ସକାଳ ୯ଟାରୁ ଦ୍ୱୀପହର ୧୨ଟା ପର୍ଯ୍ୟନ୍ତ ପେପର-୧ ଏବଂ ଦ୍ୱିପହର ୨.୩୦ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ପେପର-୨ ପାଇଁ ପରୀକ୍ଷା ହେବ । ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ ବ୍ୟାଚେଲର, ଇଣ୍ଟିଗ୍ରେଟେଡ ମାଷ୍ଟରରେ ପ୍ରବେଶ ପାଇଁ ଜେଇଇ ଆଡଭାନ୍ସଡ ପରୀକ୍ଷା ଆ୍ରୟୋଜନ କରାଯାଇଥାଏ । ଜଣେ ପ୍ରାର୍ଥୀ ଦୁଇ ବର୍ଷରେ ସର୍ବାଧିକ ୨ ଥର ଜେଇଇ ଆଡଭାନ୍ସ ଦେଇପାରିବେ ।
ଜେଇଇ ଆଡଭାନ୍ସ ୨୦୨୩ରେ ଦୁଇଟି ପ୍ରଶ୍ନପତ୍ର ରହିବ । ପେପର-୧ ଏବଂ ପେପର-୨ । ଦୁଇଟି ଯାକ ପେପରର ସମୟ ଅବଧି ୩ ଘଣ୍ଟା ରହିଛି । ପ୍ରତ୍ୟେକ ପ୍ରଶ୍ନପତ୍ରରେ ତିନୋଟି ଭାଗ ରହିଛି । ଫିଜିକ୍ସ, କେମେଷ୍ଟ୍ରି ଏବଂ ମ୍ୟାଥ । ପ୍ରାର୍ଥୀଙ୍କ ବୁଝିବା ଶକ୍ତି, ତର୍କ ଏବଂ ବିଶ୍ଳେଷଣାତ୍ମ କ୍ଷମତାର ପରୀକ୍ଷଣ ପାଇଁ ପ୍ରଶ୍ନ ପତ୍ର ପ୍ରସ୍ତୁତ କରାଯାଇଥାଏ । ଏଥିରେ ନେଗେଟିଭ ମାର୍କିଂ ବି ରହିଛି । ପ୍ରଶ୍ନପତ୍ର ଦୁଇଟି ଭାଷା ଇଂରାଜୀ ଏବଂ ହିନ୍ଦୀରେ ଆସିବ ।