ବାରାଣାସୀରେ ଗଙ୍ଗା ଆଳତୀବେଳେ ହୀରାବେନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

ବାରାଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନଙ୍କ ଦେହାନ୍ତ ଖବର ସାରା ଦେଶକୁ ଦୋହଲାଇ ଦେଇଥିଲା । ଗତକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସନ୍ଧ୍ୟାରେ ବାରାଣାସୀରେ ଗଙ୍ଗା ଆଳତୀ ବେଳେ ହୀରବେନଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି ।

ବିଶ୍ୱ ପ୍ରସିଦ୍ଧ ମା ଗଙ୍ଗାଙ୍କ ଦୈନିକ ଆଳତୀରେ ଗଙ୍ଗା ସେବା ସଂସ୍ଥା ଦ୍ୱାରା ତାଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଗଙ୍ଗା ଘାଟରେ ଉପସ୍ଥିତ ଥିବା ଦେଶ ବିଦେଶର ହଜାର ହଜାର ଶ୍ରଦ୍ଧାଳୁ ହୀରାବେନଙ୍କୁ ନମନ କରି ତାଙ୍କର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ ।

ଶୁକ୍ରବାର ଭୋର ୩ଟ୩୦ ରେ ହୀରାବେନଙ୍କ ଦେହାନ୍ତ ହୋଇଥିଲା । ସେ ଅହମ୍ମଦାବାଦର ଏକ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।

Related Articles

Back to top button