ଓସିଏସ ପରୀକ୍ଷା-୨୦୨୨ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଖାଲି ଅଛି ୬୮୩ଟି ପଦବୀ

ଚାକିରି ଅନ୍ୱେଷଣରେ ରହିଥିବା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ପରୀକ୍ଷା, ୨୦୨୨ ପାଇଁ  ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଗ୍ରୁପ-ଏ ଓ ଗ୍ରୁପ-ବି’ର ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ । ମୋଟ ୬୮୩ଟି ପଦବୀରେ ଭର୍ତ୍ତି ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି ।

ଆସନ୍ତା ଜାନୁଆରୀ ମାସ ୧୭ ତାରିଖରୁ ଫେବୃଆରୀ ମାସ ୧୬ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ଓଡ଼ିଶା ସିଭିଲ୍ ସର୍ଭିସେସ (ମିଳିତ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା) ନିୟମ, ୧୯୯୧, ସଂଶୋଧିତ ନିୟମ ୨୦୨୨ ଅନୁଯାୟୀ ପରିକ୍ଷା ପରିଚାଳନା କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟ https://www.opsc.gov.in/Public/OPSC/Default.aspxକୁ ଯାଇ ସବିଶେଷ ବିବରଣୀ ପାଇ ପାରିବେ ।

Related Articles

Back to top button