ଜୟପୁର ରାଜ ପରିବାରର ଶେଷ ରାଣୀଙ୍କ ପରଲୋକ

ଜୟପୁର:ଜୟପୁର ରାଜ ପରିବାରର ଶେଷରାଣୀ ରମା କୁମାରୀ ଦେବୀଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଦୀର୍ଘବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ପରେ ଶେଷରେ ଜୟୁପରସ୍ଥିତ ମୋତି ମହଲରେ ରବିବାର ରାତିରେ ରାଣୀଙ୍କ ପରଲୋକ ଘଟିଛି।

ଶେଷରାଣୀଙ୍କ ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା । ଆଜି ତାଙ୍କର ଶେଷକୃତ୍ୟ  ସହରର ଚନ୍ଦନବାଡ ସ୍ଥିତ ରାଜ ଶ୍ମଶାନରେ  ସମ୍ପନ୍ନ ହେବ ।  ରାଜକୀୟ ପରମ୍ପରା ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ରାଣୀ ରମାକୁମାରୀ ହେଉଛନ୍ତି ଜୟପୁର ରାଜ ପ୍ରସାଦର ଶେଷ ରାଜା ରାମକୃଷ୍ଣ ଦେଓଙ୍କ ପତ୍ନୀ ।  ରାମକୃଷ୍ଣ ଦେଓ ହେଉଛନ୍ତି ମହାରାଜା ବିକ୍ରମ ଦେବ ବର୍ମାଙ୍କ ପୋଷ୍ୟ ପୁତ୍ର । ବିକ୍ରମ ଦେବଙ୍କର କୌଣସି ପୁତ୍ର ସନ୍ତାନ ନଥିବାରୁ ରାଜା ରାମକୃଷ୍ଣ ଦେଓଙ୍କୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ ।

ରାଜା ରାମକୃଷ୍ଣ ଦେଓ ମାତ୍ର ଦୁଇ ଦିନ ପାଇଁ ଜୟପୁରରେ ରାଜା ହୋଇଥିଲେ ।  ସେପଟେ ରାଣୀ ରମା କୁମାରୀ ଦେବୀ ଆନ୍ଧ୍ରପ୍ରଦେଶ ରାଜ୍ୟ ମଡଗୁଲର ବିଧାୟିକା ଥିଲେ ।

Related Articles

Back to top button