ସୁନା ଦର ବୃଦ୍ଧି, ରୂପା ବି ମହଙ୍ଗା ହେଲା

ନୂଆଦିଲ୍ଲୀ: ସପ୍ତାହର ପ୍ରଥମ ଦିନରେ ସୁନା-ରୂପା ମୂଲ୍ୟରେ ପ୍ରବଳ ବୃଦ୍ଧି ଘଟିଛି । ଜାନୁୟାରୀ ୨ ତାରିଖ ଅର୍ଥାତ ଆଜି, ସୁନା ମୂଲ୍ୟ ବମ୍ପର ବମ୍ ସହିତ ୫୫,୦୦୦ ସ୍ତର ଅତିକ୍ରମ କରିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX ସୁନା ମୂଲ୍ୟ) ରେ ଉଭୟ ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଫଳେ ଏହା ଗ୍ରାହକଙ୍କୁ ବଡ ଝଟକା ଦେଇଛି । ତେବେ ପୂର୍ବରୁ ସୁନା ଦର ବୃଦ୍ଧି ପାଇଥିବା ବେଳେ ପୁଣି ଆଜି ମଧ୍ୟ ସୁନା ଦରରେ ବୃଦ୍ଧି ହୋଇଛି । ଯାହାଫଳରେ ଆଜି ସୁନା ଦର ୫୫,୦୦୦ ଟଙ୍କା ଅତିକ୍ରମ କରିଛି ଏବଂ ଏହା ୬୨,୦୦୦ ଟଙ୍କାକୁ ବୃଦ୍ଧି ପାଇବବ ବୋଲି ଜଣାପଡିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଆଜି ସୁନା ଏବଂ ରୂପା ଦରରେ କେତେ ବୃଦ୍ଧି ହୋଇଛି ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ୦.୨୧ ପ୍ରତିଶତ ବୃଦ୍ଧି ସହିତ ୧୦ ଗ୍ରାମ ପିଛା ୫୫,୧୩୦ ଟଙ୍କା ରହିଛି। ଆଜି ସୁନା ମୂଲ୍ୟ ୫୫,୦୫୨ ଟଙ୍କାରେ ଖୋଲିଛି । ଏଥିସହିତ,ଗତ ବାଣିଜ୍ୟ ଅଧିବେଶନରେ ସୁନା ୧୦ ଗ୍ରାମ ପିଛା ୫୪,୯୭୨ ଟଙ୍କା ସ୍ତରରେ ବନ୍ଦ ହୋଇଯାଇଥିଲା।

ସେହିପରି ରୂପା ଦର ବିଷୟରେ କହିବାକୁ ଗଲେ ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୂପା ଦର ମଧ୍ୟ ବୃଦ୍ଧି ପାଇଛି । ରୂପା ୦.୨୪ ପ୍ରତିଶତ ବୃଦ୍ଧି ସହ କିଲୋଗ୍ରାମ ପିଛା ୬୯,୫୮୦ ଟଙ୍କା ସ୍ତରରେ କାରବାର କରୁଛି । ଆଜି ରୂପା ବଜାର କିଲୋଗ୍ରାମ ପିଛା ୬୯,୫୦୩ ଟଙ୍କା ସ୍ତରରେ ଖୋଲିଛି । ଏଥି ସହିତ, ଗତ ବାଣିଜ୍ୟ ଅଧିବେଶନରେ ରୂପା ୩୯୭ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ୬୯,୩୭୦ ଟଙ୍କାରେ ବନ୍ଦ ହୋଇଯାଇଥିଲା।

Related Articles

Back to top button