ଶବ ବ୍ୟବଚ୍ଛେଦ ରିପୋର୍ଟରେ ହଟିପାରେ ଜାହାଜରେ ରୁଷ ନାଗରିକଙ୍କ ମୃତ୍ୟୁ ଘଟଣା ରହସ୍ୟର ପରଦା

ପାରାଦୀପ: ଜାହାଜରେ ରୁଷ ନାଗରିକଙ୍କ ମୃତ୍ୟୁ ଘଟଣା ଉପରୁ ଏବେ ହଟିନି ରହସ୍ୟର ପରଦା । ରୁଷ ନାଗରିକ ତଥା  ‘ଏମ୍ .ଭି. ଅଲଦାନା’  ଜାହାଜର ଚିଫ ଇଞ୍ଜିନିୟର ‘ମିଲ ଯିକୁବ ସର୍ଜିଇ’ (୫୨)ଙ୍କj ମୃତ୍ୟୁ କିପରି ପରିସ୍ଥିତିରେ ଘଟିଲା ତାହା ସ୍ପଷ୍ଟ ହୋଇ ପାରୁନି । ପୂର୍ବରୁ ୨ ଜଣ ରୁଷ ନାଗରିକଙ୍କର ରାୟଗଡାରେ ମୃତ୍ୟୁ ପରେ ଏବେ ତୃତୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟଣାକୁ ଆହୁରି ସନ୍ଦେହଘେରକୁ ଟାଣ ନେଉଛି । ତାଙ୍କର ଶବକୁ ସଂରକ୍ଷିତ ରଖାଯାଇଥିବାବେଳେ ଆଜି ବ୍ୟବଚ୍ଛେଦ କରାଯିବ । ଶବକୁ ଡାକ୍ତରଖାନା ନିଆଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ଉପରୁ ରହସ୍ୟ ହଟିପାରେ ବୋଲି କୁହାଯାଉଛି ।

ପାରାଦ୍ଵୀପ ବନ୍ଦର ଆଙ୍କରେଜରେ ଥିବା ଜାହାଜ  ‘ଏମ୍ .ଭି. ଅଲଦାନା’ରେ  ଚିଫ ଇଞ୍ଜିନିୟର ‘ମିଲ ଯିକୁବ ସର୍ଜିଇ’ (୫୨)ଙ୍କ ଶବ ପାରାଦ୍ଵୀପ ବନ୍ଦର ଚିକିତ୍ସାଳୟରେ ସଂରକ୍ଷିତ ରଖାଯାଇଛି। ୨ ତାରିଖ  ସନ୍ଧ୍ୟାରେ ଏହି ଜାହାଜ ଆଙ୍କରେଜରେ ଲାଗିଥିଲା ଏବଂ ୩ ତାରିଖରେ ଜେଏସଡବ୍ଲ୍ୟ ବର୍ଥରୁ ଆଇରନ ଓର ନେବାର ଥିଲା। ମାତ୍ର ମଙ୍ଗଳବାର ସକାଳ ୪.୧୫ ସମୟରେ ଜାହାଜର ଚିଫ୍ ଇଞ୍ଜିନିୟର ଗୁରୁତର ଥିବା ନେଇ ବନ୍ଦରକୁ ମେସେଜ ଦିଆଯାଇଥିଲା।

Related Articles

Back to top button