୩ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟ

ଭୁବନେଶ୍ୱର : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ  ମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟ ଶୁକ୍ରବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ଏମ୍‌ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଶ୍ରୀ ମାଣ୍ଡଭ୍ୟ ଆଜି ସନ୍ଧ୍ୟା ୭.୫୫ରେ ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବେ।

ଶନିବାର ସେ ଏମ୍‌ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ସହ ଏମ୍‌ସ ପରିସରରେ ଏକ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର୍‌ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ। ଏନ୍‌ଟିପିସି ସହାୟତାରେ ପ୍ରାୟ ୧୯.୮୭ କୋଟି ବ୍ୟୟରେ ନିର୍ମିତ ଏହି ବର୍ଣ୍ଣ ସେଣ୍ଟର୍‌ରେ ୬ଟି ଆଇସିୟୁ ବ୍ୟବସ୍ଥା ସହିତ ୬ଟି କ୍ୟାବିନ୍‌ ସମେତ ୩୬ଟି ଶଯ୍ୟା ରହିଛି । ୨୦୧୮  ଅଗଷ୍ଟ ୨୫ରେ ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କୟା ନାଇଡୁଙ୍କ ଦ୍ବାରା ଏହି ବର୍ଣ୍ଣ ସେଣ୍ଟର୍‌ର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଥିଲା। ସରକାରୀ ବ୍ୟବସ୍ଥାରେ ପ୍ରଥମ କୁହାଯାଉଥିବା ଏହି ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର୍ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ପୋଡ଼ାଜଳା ରୋଗୀଙ୍କ ପାଇଁ ବିଶେଷ ସହାୟକ ହେବ

Related Articles

Back to top button