‘ନ୍ୟାସନାଲ ଜିଓଗ୍ରାଫି’ ଚ୍ୟାନେଲରେ ପ୍ରସାରଣ ହେବ ‘ବିର୍ଷା ମୁଣ୍ଡା ହକି ଷ୍ଟାଡିଅମ’ ନିର୍ମାଣର ଫିଚର ଫିଲ୍ମ
ଭୁବନେଶ୍ୱର: ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ଆୟୋଜିତ ହେବାକୁ ହକି ବିଶ୍ୱକପ୍କୁ ନେଇ ଏବେ ପୁରା ରାଜ୍ୟବାସୀ ଉତ୍ସାହିତ ଅଛନ୍ତି । ହକିର ଗଡ଼ କୁହାଯାଉଥିବା ସୁନ୍ଦରଗଡ଼ରେ ଗତକାଲି ମୁଖ୍ୟମନ୍ତ୍ରୀ ବିଶ୍ୱର ଅନ୍ୟତମ ବିରାଟ ଷ୍ଟାଡିୟମକୁ ଉଦଘାଟନ କରି ଏହି ଉତ୍ସାହକୁ ଦୁଇଗୁଣା କରିଛନ୍ତି । ଏହାରି ମଧ୍ୟରେ ଆଉ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି । ଆନ୍ତର୍ଜାତିୟ ଚ୍ୟାନେଲ ‘ନ୍ୟାସନାଲ ଜିଓଗ୍ରାଫି’ ଦ୍ୱାରା ପ୍ରସ୍ତୁତ ଫିଚର ଫିଲ୍ମ ପ୍ରସାରଣ କରିବାକୁ ଯାଉଛି । ଯାହା ସାରା ବିଶ୍ୱରେ ଓଡ଼ିଶାର ପାରିବା ପଣିଆକୁ ଜାହିର କରିବ । ତେବେ ଖୁବ ଶୀଘ୍ର ‘ବିର୍ଷା ମୁଣ୍ଡା ହକି ଷ୍ଟାଡିଅମ’ ନିର୍ମାଣ ଉପରେ ପ୍ରସ୍ତୁତ ଏହି ଫିଚର ଫିଲ୍ମ ପ୍ରସାରଣ ହେବ ବୋଲି ସୂଚନା ମିଳିଛି।
Unravel the making & inauguration of one of the World’s largest Hockey stadiums in the world, in the heart of Odisha. Watch ‘Superstructures: Birsa Munda – International Hockey Stadium, Rourkela’, coming soon on National Geographic. #partnercontent with @sports_odisha pic.twitter.com/bsPahLgvYb
— Nat Geo India (@NatGeoIndia) January 5, 2023
ଓଡ଼ିଶା ପ୍ରଥମ ଥର ପାଇଁ କୋଣସି ରାଜ୍ୟ ଭାବେ ଲଗାତାର ଦୁଇଥର ହକି ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଛି । ପୁର୍ବରୁ ୨୦୧୮ରେ ମଧ୍ୟ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ ସଫଳତାର ସହିତ ଆୟୋଜନ କରି ସାରିଛି । ଏହାକୁ ସଫଳତାକୁ ଭିତ୍ତିକରି ଓଡ଼ିଶାକୁ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ଆୟୋଜନ କରିବାକୁ ସୁଯୋଗ ମିଳିଛି ।
ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍ ପାଇଁ ରାଜଧାନୀ ଭୁବନେଶ୍ୱର ସମେତ ଷ୍ଟିଲ୍ ସିଟି ରାଉରକେଲା ନବବଧୂ ପରି ସଜେଇ ହେଉଥିବା ବେଳେ ବର୍ତ୍ତମାନ ସୁଧା ଡିଫେଣ୍ଡିଂ ଚାମ୍ପିଅନ ବେଲଜିୟମ ସମେତ ୫ରୁ ଉର୍ଦ୍ଧ ଟିମ୍ ଓଡ଼ିଶା ଆସି ସାରିଲେଣି । ଘରୋଇ ଦଳ ସର୍ବ ପ୍ରଥମେ ଆସି ପ୍ରସ୍ତୁତି ମଧ୍ୟ ଜୋରଦାର କରୁଛି ।