ଟେଲିଭିଜନ ଚ୍ୟାନେଲକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଗାଇଡଲାଇନ ଜାରି

ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୋମବାର ସମସ୍ତ ଟେଲିଭିଜନ ଚ୍ୟାନେଲକୁ ଏକ ଗାଇଡଲାଇନ ଜାରି କରିଛନ୍ତି। ବ୍ୟତିବ୍ୟସ୍ତ କରୁଥିବା ଭିଡିଓ ଫଟୋଗ୍ରାଫିର ପ୍ରସାରଣକୁ ବନ୍ଦ କରିବାକୁ ସରକାର ଟିଭି ଚ୍ୟାନେଲଗୁଡ଼ିକୁ କହିଛନ୍ତି। ଏବଂ ଟିଭି ଚ୍ୟାନେଲଗୁଡ଼ିକୁ ସରକାର ଚେତାବନୀ ଦେଇ କହିଛନ୍ତି ଯେ, ପ୍ରୋଗ୍ରାମ କୋଡ୍ ବିରୋଦ୍ଧୀ ଖବର ପ୍ରସାରଣ ନ କରାଯାଉ।

ରକ୍ତ, ମୃତ ଶରୀର ଏବଂ ଶାରୀରିକ ନିର୍ଯାତନା ଭଳି ଦୃଶ୍ୟକୁ ପ୍ରସାରଣରୁ ବାଦ ଦେବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଭିନ୍ନ ଚ୍ୟାନେଲରେ ଏହା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଛି ଯେ, ସୋସିଆଲ ମିଡିଆରୁ ନିଆଯାଇଥିବା ହିଂସାତ୍ମକ ଭିଡିଓଗୁଡିକୁ ଟେଲିଭିଜନ ଚ୍ୟାନେଲ ଗୁଡିକ ଏହି ଦୃଶ୍ୟକୁ ଏଡ଼ିଟ ନ କରି ସିଧା ସଳଖ ପ୍ରସାରଣ କରୁଛନ୍ତି। ଯାହାକି  ମହିଳା ଏବଂ ଶିଶୁଙ୍କ ଉପରେ ଖରାପ ପ୍ରଭାବ ପକାଉଛି।

କେବଳ ଏତିକି ନୁହେଁ  ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ଟେଲିଭିଜନ ଚ୍ୟାନେଲଗୁଡ଼ିକରେ ବ୍ୟକ୍ତିଙ୍କ ଶବ, ପଡିଥିବା ରକ୍ତଛିଟା, ହତ୍ୟା ଓ ଗରୁତର ହୋଇ ପଡିଥିବା ବ୍ୟକ୍ତିଙ୍କ ଫୁଟେଜ ଦେଖାଇବା ଦ୍ବାରା ଖରାପ ପ୍ରଭାବ ପକାଉଛି। ରକ୍ତ, ମୃତ ଦେହ ଏବଂ ଶାରୀରିକ ନିର୍ଯାତନା ଚିତ୍ର ଟିଭି ଚ୍ୟାନେଲର ପ୍ରୋଗ୍ରାମ କୋଡ ବିରୁଦ୍ଧ ଅଟେ ବୋଲି କହିଛି ମନ୍ତ୍ରଣାଳୟ ।

Related Articles

Back to top button