ଓଡ଼ିଶା ସୀମାରେ ପହଞ୍ଚିଲା ବିଜୁ ବାବୁଙ୍କ ଡାକୋଟା ବିମାନ

ଭୁବନେଶ୍ୱର:  ଓଡ଼ିଶା ଆସିଲା ବିଜୁ ବାବୁଙ୍କ ଡାକୋଟା ବିମାନ। କୋଲକାତାସ୍ଥିତ ସୁଭାସ ବୋଷ ଆନ୍ତର୍ଜାତିକ ବିମାନବନ୍ଦରୁ ଏହା ଜାତୀୟ ରାଜପଥ ଦେଇ ଭୁବନେଶ୍ୱର ଆସୁଛି । କୋଲକାତା ବିମାନବନ୍ଦରରୁ ସ୍ୱତନ୍ତ୍ର ଟ୍ରକ୍ ଯୋଗେ ଆସୁଛି ଓଡ଼ିଶା  । ଦୁଇଟି ଟ୍ରକରେ ଭାଗଭାଗ ହୋଇ ଭୁବନେଶ୍ୱରକୁ ଅଣାଯାଉଛି ବିଜୁ ବାବୁଙ୍କ ବିମାନ  । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦରରେ ଯୋଡ଼ାଯାଇ ରଖାଯିବ ବିଜୁଙ୍କ ସନ୍ତକ  ।

୩ଟି ଯାକ ଟ୍ରେଲରରେ ଡାକୋଟା ବିମାନର ସମସ୍ତ ଯନ୍ତ୍ରାଂଶ ବୋଝେଇ ହୋଇଛି। ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ତଥା ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଏହି ବହୁ ଚର୍ଚ୍ଚିତ ଡାକୋଟା ବିମାନ।

Related Articles

Back to top button