ଭାଲେଣ୍ଟାଇନ୍ସ ଡେ’ ପୂର୍ବରୁ ପ୍ରିନ୍ସପାଲଙ୍କ ଦସ୍ତଖସ୍ତ ସହ ଫେକ ଚିଠି ଭାଇରାଲ, କଲେଜ ଆସିବାକୁ ହେଲେ ବୟଫ୍ରେଣ୍ଡ ବାଧ୍ୟତାମୂଳକ
ଜଗତସିହଂପୁର: ଆଉ କିଛି ଦିନ ପରେ ଆରମ୍ଭ ହେବ ଭାଲେଣ୍ଟାଇନ୍ସ ସପ୍ତାହ । ଭାଲେଣ୍ଟାଇନ୍ସ ଡେ’ ପୂର୍ବରୁ ଏକ ଫେକ ଚିଠି ଭାଇରାଲ ହେଉଛି । ତାହା ପୁଣି ଏକ କଲେଜର, ଯେଉଁଥିରେ ପ୍ରିନ୍ସପାଲଙ୍କ ଦସ୍ତଖସ୍ତ ମଧ୍ୟ ରହିଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଏସଭିଏମ୍ କଲେଜ୍ ଏକ ଚିଠି ଇସ୍ୟୁ କରିଛି ଯାହାକି ସମ୍ପୂର୍ଣ୍ଣ ଫେକ ଚିଠି ଅଟେ । ଯେଉଁଥିରେ ଲେଖା ଅଛି ଆସନ୍ତା ଫେବ୍ରୁଆରୀ ମାସ ୧୪ରୁ କଲେଜର ପ୍ରତ୍ୟେକ ଛାତ୍ରୀ ନିଜ ନିଜ ସୁରକ୍ଷ ନିମନ୍ତେ ଅତି କମରେ ଜଣେ ପୁରୁଷ ବନ୍ଧୁ ବା ବୟଫ୍ରେଣ୍ଡ ବାଛିବାକୁ ବାଧ୍ୟତାମୂଳକ କରାଯାଇଛି । ବୟଫ୍ରେଣ୍ଡ ନଥିବା ଛାତ୍ରଛାତ୍ରୀଙ୍କୁ କଲେଜ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ଛାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନୀୟମ କରାଯାଇଛି । ବୟଫ୍ରେଣ୍ଡ ସହ ନଗଦରେ ଉଠାଯାଇଥିବା ଫଟୋକୁ ଛାତ୍ରୀମାନେ ପରିଚୟ ପତ୍ର ହିସାବରେ କଲେଜରେ ପ୍ରବେଶ କରିବା ସମୟରେ ବ୍ୟବହାର କରିପାରିବେ । ଏହା ସମସ୍ତ ଛାତ୍ରୀଙ୍କ କ୍ଷେତ୍ରରେ ବାଧ୍ୟତା ମୂଳକ । ପ୍ରେମର ବାର୍ତ୍ତା ଖେଳାଇବା ନିମନ୍ତେ ଉଦ୍ଧିଷ୍ଟ ।
ସବୁଠାରୁ ବଡ଼ କଥା ହେଉଛି କି ଏହି ଲେଟରର ଶେଷରେ ରହିଛି କଲେଜ ପ୍ରିନ୍ସପାଲଙ୍କ ଦସ୍ତଖତ । ତେବେ କଲେଜ କର୍ତ୍ତୃପକ୍ଷଙ୍କୁ ପଚାରିବା ପରେ ଜଣାପଡ଼ିଛି କି ଏହା ସମ୍ପୂର୍ଣ୍ଣ ମିଛ । କଲେଜ ତରଫରୁ ସେମିତି କୌଣସି ଲେଟରକୁ ଇସ୍ୟୁ କରାଯାଇନାହିଁ ବୋଲି କୁହାଯାଇଛି । ଏହି ଭାରଇରାଲ ହେଉଥିବା ଲେଟରକୁ ନେଇ ଥାନାରେ କଲେଜ ତରଫରୁ ଅଭିଯୋଗ କରାଯାଇଛି ।