ପ୍ରସବ ସମୟରେ ହସ୍ପିଟାଲ ବେଡ଼ରେ ମେକଅପ ନେଲେ ମହିଳା

ପ୍ରସବ ସମୟରେ ଅସହ୍ୟ ଯନ୍ତ୍ରଣା ଭୋଗିଥାନ୍ତି ମହିଳାମାନେ । ସେଥିଲାଗି ଡାକ୍ତରମାନେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦେଇଥାନ୍ତି । କିନ୍ତୁ ଆମେରିକାରେ ଜଣେ ମହିଳା ଏହି ପ୍ରସବ ବେଦନା ସମୟର ସ୍ମୃତିକୁ ମନେ ରଖିବା ପାଇଁ ଏମିତି କିଛି କରିଛନ୍ତି,ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ନିଜର ପ୍ରସବ ସମୟର ସ୍ମୃତିକୁ ସାଇତି ରଖିବା ପାଇଁ ତାଙ୍କର ଭାରି ଇଛା ଥିଲା । ସେଥିପାଇଁ ପ୍ରସବ ପୂର୍ବରୁ ସଙ୍ଗେ ସଙ୍ଗେ ଜଣେ ମେକଅପ୍ ମ୍ୟାନଙ୍କୁ ଡ଼କାଇଲେ ଓ ହସ୍‌ପିଟାଲ ବେଡ଼ରେ ସେ ପ୍ରସବ ଯନ୍ତ୍ରଣା ଭୋଗୁଥିବା ବେଳେ ନିଜର ମେକଅପ୍ ବି ନେଲେ । ତାଙ୍କର ଏଭଳି କାମକୁ ଦେଖି ହସପିଟାଲର ସବୁ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାର୍ଲୀ କୁହନ୍ତି, ମୁଁ ଜଣେ ମେକ୍‌ଅପ ଓ ହେୟାର ଆର୍ଟିଷ୍ଟ୍ । ଅଧିକାଂଶ ସମୟରେ ଆମେ ଦେଖୁ ଯେ ମହିଳାମାନେ ପ୍ରସବ ସମୟରେ ନିଜ ଚେହେରା ପ୍ରତି ଆଦୌ ଗୁରୁତ୍ୱ ଦେଇ ନ ଥାନ୍ତି । ଶୀଘ୍ର କିଭଳି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ମିଳିବ ତାହା ସେମାନେ ଚାହିଁଥାନ୍ତି । କିନ୍ତୁ ମୁଁ ପ୍ରସବ ସମୟରେ ସୁନ୍ଦର ଦେଖାଯିବାକୁ ଚାହୁଁଥିଲି । ବିଶେଷକରି ପ୍ରସବ ସମୟରେ ଅସୁନ୍ଦର ଦେଖାଯିବାକୁ ମୋର ଆଦୌ ପସନ୍ଦ ନ ଥିଲା । ମୋ ମନରେ ଚାଲୁଥିଲା ଯେ, ମୋର ନବଜାତ ଶିଶୁଟି ଜନ୍ମ ହେବା ପରେ ତା ମାଆର ଚେହେରାକୁ ମନଭରି ଦେଖିବାକୁ ନିଶ୍ଚୟ ଚାହିଁବ । ତେଣୁ ମୁଁ ସୁନ୍ଦର ଦେଖାଯିବା ନିହାତି ଦରକାର । ତାଛଡ଼ା ଯେତେବେଳେ ପରିବାରର ସମସ୍ତ ସଦସ୍ୟ ନବଜାତ ଶିଶୁ ସହିତ ଫଟୋ ଉଠାଇବେ ମୁଁ ସେତେବେଳେ ଅସୁନ୍ଦର ଦେଖାଯିବାକୁ ପସନ୍ଦ କରୁ ନ ଥିଲି । ସେଥିପାଇଁ ମୋତେ ମେକଅପ୍ କରିବାକୁ ଦରକାର ପଡିଲା ବୋଲି କହିଛନ୍ତି ।

ଏହାପୂର୍ବରୁ ୨୭ ବର୍ଷୀୟା ଆଲହା ମଜିଦ ନାମକ ଆଉ ଜଣେ ମହିଳା ମଧ୍ୟ ପ୍ରସବ ଯନ୍ତ୍ରଣା ସମୟରେ ମେକଅପ୍ ନେଇ ଚର୍ଚ୍ଚାକୁ ଆସିଥିଲେ ।

Related Articles

Back to top button