ଭଦ୍ରକ-ନାରାୟଣଗଡ଼ ତୃତୀୟ ଲାଇନ ରେଳପଥ ନିର୍ମାଣ ଲାଗି ୧୧ ଦିନ ପାଇଁ ୫୭ଟି ଟ୍ରେନ୍‌ ବାତିଲ,୪ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ

ଭଦ୍ରକ: ଦକ୍ଷିଣ-ପୂର୍ବ ରେଳପଥ ଖଡଗପୁର ଡିଭିଜନ ଅଧୀନ ଭଦ୍ରକ ରାଣୀତାଲ ରେଳଷ୍ଟେଶନ ନିକଟରେ ଭଦ୍ରକ-ନାରାୟଣଗଡ଼ ତୃତୀୟ ଲାଇନ ରେଳପଥ ନିର୍ମାଣ ଲାଗି ଆସନ୍ତା ୨୫ ତାରିଖଠାରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ୧୧ ଦିନ ପାଇଁ ୫୭ଟି ଟ୍ରେନ୍‌ ବାତିଲ କରାଯାଇଛି। ଏଥିସହ ୪ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଖଡଗପୁର ଏବଂ ଖୋର୍ଦ୍ଧା ମଧ୍ୟରେ ଚଳାଚଳ କରୁଥିବା ଏକ୍ସପ୍ରେସ୍‌, ସୁପରଫାଷ୍ଟ ଏବଂ ପାସେଞ୍ଜର ଟ୍ରେନ୍‌ଗୁଡ଼ିକ ରହିଛି। ଭୁବନେଶ୍ୱର-ନୂଆଦିଲ୍ଲୀ ଏବଂ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ, ବେଙ୍ଗାଲୁରୁ-ହାଓଡା ଦୁରନ୍ତୋ ଏକ୍ସପ୍ରେସ୍‌ ଆଦି ୪ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ସେହିଭଳି ଖଡଗପୁର-ଭଦ୍ରକ ଏବଂ ଖଡଗପୁର ମେମୁ ସ୍ପେଶାଲ ଟ୍ରେନ୍‌କୁ ମଧ୍ୟ ଅସ୍ଥାୟୀ ଭାବେ ବାତିଲ କରାଯାଇଥିବା ନେଇ ଦକ୍ଷିଣ-ପୂର୍ବ ରେଳପଥ ସିନିୟର ଡିଭିଜନାଲ ଅପରେଶନାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଥିବା ଭଦ୍ରକ ଷ୍ଟେଶନ ମ୍ୟାନେଜର ସୁବାସ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

Related Articles

Back to top button