ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଓ ହାଇକୋର୍ଟ ନିଷ୍ପତ୍ତି ନେବେ: କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ପ୍ରତିକ୍ରିୟା ରଖି କହିଛନ୍ତି, ଏହାର ଶେଷ ନିଷ୍ପତ୍ତି ରାଜ୍ୟ ସରକାର ଓ ହାଇକୋର୍ଟଙ୍କୁ ନେବାର ଅଛି। ଆମେ ସର୍ବଦା ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛୁ। ଆମକୁ କେବଳ ଅନୁମୋଦନ କରିବାର ଅଛି। ଏହାର ଭିତ୍ତିଭୂମିର ଦାୟିତ୍ଵ ରାଜ୍ୟ ସରକାରଙ୍କର। ଏହା ନେଇ ଆମେ ଆଗରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସାରିଛୁ ଏବଂ ସଂସଦରେ ଏହାକୁ ନେଇ ଓଡ଼ିଶା ସାଂସଦମାନଙ୍କ ସହ ଆଲୋଚନା କରିସାରିଛି।
ଦେଶରେ ୪ କୋଟି ୯୦ ଲକ୍ଷ ମାମଲା ପଡ଼ିରହିଛି। ଏଗୁଡ଼ିକର ସମାଧାନ କେମିତି ହେବ ସେ ନେଇ ପଦକ୍ଷେପ ନିଆଯାଉଛି କାର୍ଯ୍ୟ କରାଯାଉଛି ନହେଲେ ଏହାର ସଂଖ୍ୟା ୫ କୋଟି ଅତିକ୍ରମ କରି ଅଧିକ ହୋଇଯିବ। ଏହାର ସମାଧାନ ପାଇଁ ଟେକ୍ନୋଲୋଜି ଜରୁରୀ। ଯେଉଁଥିପାଇଁ ବଜେଟ ରେ ଇକୋଟ ଫେଜ୍ ୩ ପାଇଁ ୭୦୦୦ କୋଟି ମଞ୍ଜୁରି ଦିଆଯାଇଛି। ଏହାଦ୍ବାରା ଭାରତୀୟ ନ୍ୟାୟପାଳିକା ଡିଜିଟାଲ ଓ ପେପର୍ ଲେସ ହେବା। ଏହା ନ ହୋଇଥିଲେ ବର୍ଷ ବର୍ଷ ପର୍ଯ୍ୟନ୍ତ  କୋର୍ଟର ଦ୍ୱାରସ୍ଥ ହେବାକୁ ପଡ଼ିବ।
ଦେଶରେ କିଛି ଲୋକ ଅଛନ୍ତି, ଯେଉଁମା‌ନେ ସବୁବେଳେ ଦେଶ ବିରୋଧୀ ଓ ନ୍ୟାୟପାଳିକାର ଅପବ୍ୟବହାର ଭଳି କାର୍ଯ୍ୟ କରିଥାନ୍ତି। ବେଶୀ ନୁହେଁ, ଏମାନେ ଗୋଟେ ଗୋଷ୍ଠୀ ଅଛନ୍ତି। ଯେଉଁମାନଙ୍କ ଲିଙ୍କ ବିଦେଶ ଓ ଦେଶ ବିରୋଧୀ ଶକ୍ତି ସହିତ ଅଛି।

Related Articles

Back to top button