ଘାଟି ତଳକୁ ଖସିଲା ବସ, ସ୍କୁଲ ପିଲାଙ୍କ ସହିତ ୨୦ ମୃତ, ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା…
କୁଲ୍ଲୁ: ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ଘାଟି ତଳକୁ ଖସିଲା ବସ୍ । ୨୦ ମୃତ । ଏହାସହ ୩ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।
ସୂଚନା ଅନୁସାରେ, କୁଲ୍ଲୁ ଜିଲ୍ଲାର ସେଞ୍ଜ୍ ଅଞ୍ଚଳରେ ଏକ ଘରୋ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଜଙ୍ଗଲା ଗ୍ରାମରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ଏକ ଘାଟି ତଳତୁ ଖସି ପଡିଥିଲା । ଏଥିରେ ୨୦ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଛାତ୍ରୀ ରହିଛନ୍ତି । ଏହାସହ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ବସ୍ ଡ୍ରାଇଭର, କର୍ମଚାରୀ ଓ ଜଣେ ଯାତ୍ରୀ ରହିଛନ୍ତି ।
कुल्लू की सैंज घाटी में एक निजी बस के हादसे का दुखद समाचार मिला।
पूरा प्रशासन मौके पर है,घायलों को अस्पताल ले जाया जा रहा है।
ईश्वर इस घटना में दिवंगत आत्माओं को शांति प्रदान करें और शोकग्रस्त परिवारजनों को संबल प्रदान करें।
ईश्वर से कामना करता हूं कम से कम लोग हताहत हुए हों।
— Jairam Thakur (@jairamthakurbjp) July 4, 2022
କୁହାଯାଉଛି ଯେ, ଏବେବି ଏକାଧିକ ମୃତଦେହ ବସ୍ ମଧ୍ୟରେ ଫସି ରହିଛି । ଯାହାକୁ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି । ଏହାପରେ ପରେ ହିଁ ମୃତକଙ୍କ ପ୍ରକୃତ ସଂଖ୍ୟା ବାବଦରେ ଜଣାପଡିବ । ତେବେ ଏହି ଅଘଟଣ ସକାଳ ୮ଟା ୪୫ରେ ହୋଇଥିଲା ବେଳେ ବସଟି ଶେନସରରୁ ଓଟ୍ ଯାଉଥିଲା ।
କୁଲ୍ଲୁ ଏସପିଙ୍କ କହିବାନୁସାରେ, ଏବେସୁଦ୍ଧା ୨୦ ଜଣ ପ୍ରାଣ ହରାଇଥିବା ଜଣାପଡୁଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ଦୁର୍ଘଟଣାକୁ ନେଇ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।