ସମ୍ବଲପୁର, ଝାରସୁଗୁଡ଼ା ଓ ଗଞ୍ଜାମ ଜିଲ୍ଲାରେ ଗଡ଼ିବ ‘ମୋ ବସ୍’
ଭୁବନେଶ୍ୱର: ଦୈତ ନଗରୀ କଟକ-ଭୁବନେଶ୍ୱରରେ ମୋ ବସ୍ ସେବାକୁ ମିଳିଛି ବିପୁଳ ସଫଳତା। ଏବେ ମୋ ବସ୍ ସେବାକୁ ଅନ୍ୟ ଜିଲ୍ଲା ମାନଙ୍କୁ ସମ୍ପ୍ରସାରଣ କରିବାକୁ ନିଷ୍ପତି ନେଇଛନ୍ତି ସରକାର । ସମ୍ବଲପୁର, ବ୍ରହ୍ମପୁର ଓ ଝାରସୁଗୁଡ଼ା ଅର୍ବାନ କ୍ଳଷ୍ଟରରେ ” ମୋ ବସ୍ ” ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଦେଇଛନ୍ତି। ବର୍ତ୍ତମାନ ସେହି ସବୁ ଅଞ୍ଚଳର ଲୋକମାନଙ୍କ ଦାବୀକୁ ବିଚାରକୁ ନେଇ ଏହି ସେବା ଅରମ୍ଭ କରାଯାଉଛି। କ୍ୟାପିଟାଲ ରିଜିଅଜିନ୍ ଅର୍ବାନ୍ ଟ୍ରନ୍ସପୋର୍ଟ(CRUT) ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।